ମେଷ : ଶୁଭ ଖବର ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣଦେଣରେ ଲାଭ ମିଳିବ।
ବୃଷ: ଆର୍ଥିକ ସ୍ଥିତି ସୁଦୃଢ ହେବ। ବେପାର ବାଣିଜ୍ୟ ବଢିବାର ସମ୍ଭାବନା ରହିଛି। ପିଲାମାନଙ୍କୁ ନେଇ ଚିନ୍ତା ବଢିପାରେ।
ମିଥୁନ: ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଦୁର୍ଘଟଣାର ଆଶଙ୍କା ରହିଛି।ଜୀବନସାଥୀ କିମ୍ବା ଭାଇଙ୍କ ସହ ବିବାଦ ଦେଖାଦେଇପାରେ। ଧନପ୍ରାପ୍ତି ଯୋଗ ରହିଛି।
କର୍କଟ: ପୁରୁଣା ବନ୍ଧୁଙ୍କ ପାଖରୁ ସହଯୋଗ ମିଳିବ। ନୂତନ ଯାନବାହାନ କ୍ରୟ କରିବାର ସମ୍ଭାବନା ରହିଛି। ଅଟକିଥିବା କାମ ହୋଇଯିବ।
ସିଂହ: ଜୀବନସାଥୀଙ୍କ ସହଯୋଗ ମିଳିବ। ମାତାପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଧନପ୍ରାପ୍ତିର ଯୋଗ ରହିଛି।
କନ୍ୟା: ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ। ଅର୍ଥ ଓ ଉପହାର ମିଳିବାର ସମ୍ଭାବନା ରହିଛି। ଘରେ ଶୁଭ କାମ କରିପାରନ୍ତି।
ତୁଳା: ଚାକିରିରେ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ନୂତନ ବାହାନ କ୍ରୟର ସମ୍ଭାବନା ରହିଛି।
ବିଚ୍ଛା: ଚାକିରି କ୍ଷତ୍ରରେ ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ସମସ୍ୟାରେ ସୁଧାର ଆସିବ। ଘରକୁ ଅତିଥି ଆସିପାରନ୍ତି।
ଧନୁ: ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ସମ୍ପତ୍ତି କ୍ରୟର ଯୋଗ ରହିଛି। ବାଦ ବିବାଦରୁ ଦୂରେଇ ରୁହନ୍ତି।
ମକର: ଆର୍ଥିକ ସ୍ଥିତି ସୁଦୃଢ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି କ୍ରୟର ଯୋଗ ରହିଛି।
କୁମ୍ଭ: ଦୂରଯାତ୍ରା ଓ ଅଟକି ଥିବା ଧନ ପ୍ରାପ୍ତିର ଯୋଗ ରହିଛି। କୌଣସି କାମ ହାତକୁ ନେଲେ ସନ୍ତାନଙ୍କ ସହଯୋଗ ପାଇବେ।
ମୀନ: ଅଟକି ଥିବା କାମ ହୋଇଯିବ। ଅର୍ଥ ନେଣଦେଣ କରନ୍ତୁ ନାହିଁ। ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।