ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ପ୍ରେରଣା ଲାଭ କରିବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ।
ବୃଷ: ନିଜ ଲୋକମାନେ ଧୋକା ଦେଇପାରନ୍ତି। ଧନହାନି ସାଙ୍ଗଙ୍କୁ ପ୍ରାଣପୀଡ଼ା ଯୋଗ ରହିଛି। କାର୍ଯ୍ୟରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରାଇବ। ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଦେଖାଦେଇପାରେ।
ମିଥୁନ: ଗୃହକୁ ବନ୍ଧୁ ଆସିବେ। ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ୭ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ। ଏହା ସୁଫଳ ପ୍ରଦାନ କରିବ।
କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।
ସିଂହ: ଶରୀର ସୁସ୍ଥ ରହିବା ମନ ବି ଭଲ ରହିବ। ବକେୟା ଅର୍ଥ ହାତକୁ ଆସିବ।
କନ୍ୟା: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ମାନସମ୍ମାନ ମିଳିବ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ପାଇବେ।
ତୁଳା: ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ। ତେଣୁ ଖାଦ୍ୟ ଓ ପାନୀୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ଜମିଜମା ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ।
ବିଛା: ସମାଜରେ ମାନସମ୍ମାନ ବଢ଼ିବ। ଗୌରବ ଅର୍ଜନ କରିବେ। ନିର୍ମାଣାଧୀନ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଲାଭ କରିବେ।
ଧନୁ: ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିପାରିବେ। ପରିବାରରେ ସନ୍ତାନମାନେ ଆଜ୍ଞାଧୀନ ହେବେ। ମହିଳାମାନେ କାର୍ଯ୍ୟ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନହେଲେ ବିପଦରେ ପଡ଼ିପାରନ୍ତି।
ମକର: ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସରସସୁନ୍ଦର ହେବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ।
କୁମ୍ଭ: ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବିପଦରେ ପଡ଼ିବେ। ଆର୍ଥିକ ସମସ୍ୟା ଓ ପାରିବାରିକ କଳହକୁ ନେଇ ଚିନ୍ତିତ ରହିବେ। ଆଣ୍ଠୁ, ଅଣ୍ଟା କିମ୍ବା ପାଦରେ ପୀଡ଼ା ଦେଖାଦେଇପାରେ। ପ୍ରତିକାର- ରାଶି ତେଲ ଦେଇ ୩ଟି ଦୀପ ପଶ୍ଚିମକୁ ମୁଖ କରି ଜାଳନ୍ତୁ।
ମୀନ: ଗୁରୁଜନମାନଙ୍କ ସ୍ନେହାଶୀର୍ବାଦ ଲାଭ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆମଦାନୀ ଓ ରପ୍ତାନୀ ଜନିତ କାରବାରରେ ବେଶ୍ ଲାଭ ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।