୪ ଜୁଲାଇ, ରବିବାର: ଠକାମୀରେ ପଡ଼ିବାର ସମ୍ଭାବନା ରହିଛି

ମେଷ: ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଋଣ ପରିଶୋଧ କରିପାରିବେ। ବୃଷ: ଶୁଭ ସମାଚାର ପାଇବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅସୁସ୍ଥ ଅନୁଭବ କରିବେ। କାହା ସହ ମତଭେଦ ହୋଇପାରେ। କର୍କଟ: ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ସିଂହ: କୌଣସି ପାରିବାରିକ ସମସ୍ୟାର ସମାଧାନ […]

mithali-raj

mithali-raj

Jitendra Garnayak
  • Published: Sunday, 04 July 2021
  • Updated: 04 July 2021, 07:29 AM IST

Sports

Latest News

ମେଷ: ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଋଣ ପରିଶୋଧ କରିପାରିବେ।

ବୃଷ: ଶୁଭ ସମାଚାର ପାଇବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟକୁ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅସୁସ୍ଥ ଅନୁଭବ କରିବେ। କାହା ସହ ମତଭେଦ ହୋଇପାରେ।

କର୍କଟ: ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

ସିଂହ: କୌଣସି ପାରିବାରିକ ସମସ୍ୟାର ସମାଧାନ କରି ଆନନ୍ଦିତ ହେବେ। ନୂଆ ଜାଗା ବା ଘର କିଣିବାକୁ ସୁଯୋଗ ଆସିପାରେ।

କନ୍ୟା: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। ଆୟ ବୃଦ୍ଧି ହେବ। ମିଠାଦହି ଖାଇ ଘରୁ ବାହାରନ୍ତୁ।

ତୁଳା: ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଠକାମୀରେ ପଡ଼ିବାର ସମ୍ଭାବନା ରହିଛି।

ବିଛା: ସନ୍ତାନମାନଙ୍କୁ ନେଇ କୌଣସି ଶୁଭ ଖବର ଶୁଣିପାରନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବେ। ପରିବାର ଲୋକଙ୍କ ସହ ସମୟ ବିତାଇବେ।

ଧନୁ: ନିଜର ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଗୁରୁଜନଙ୍କ ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ଲାଭ କରିବେ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ମନମୁତାବକ କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ଓ ମାନସମ୍ମାନ ଲାଭ କରିବେ।

କୁମ୍ଭ: ଜଗିରଖି ଚଳନ୍ତୁ। ଅସୁସ୍ଥ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ। ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମୀନ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos