୧୩ ଅକ୍ଟୋବର ଶୁକ୍ରବାର : ଆଜି କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ

ମେଷ:ଶିକ୍ଷା କ୍ଷେତ୍ରରେ ଥିବା ଲୋକେ ଲାଭାନ୍ୱିତ ହେବେ। ସକରାତ୍ମକ ଚିନ୍ତାଧାରା ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଚାକିରିରେ ସଫଳତା ମିଳିବ। ଜୀବନସାଥୀଙ୍କର ସମସ୍ତ ଜରୁରୀ ଆବଶ୍ୟକତା ମେଣ୍ଟାଇପାରିବେ। ବୃଷ: ଆଜି ଭାଗ୍ୟ ଆପଣଙ୍କୁ ସଫଳତା ଦେବ। ସବୁ କାମ ଆପଣଙ୍କ ଇଚ୍ଛା ଅନୁସାରେ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ତେବେ ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଏତେଟା ଭଲ ରହିବ ନାହିଁ। କିନ୍ତୁ ମାନସିକ ସ୍ତରରେ ଶାନ୍ତି ପାଇ ପାରିବେ। ମିଥୁନ: ନିଜ କଥା […]

Zodiac

Zodiac

Rakesh Mallick
  • Published: Friday, 13 October 2017
  • Updated: 13 October 2017, 06:48 AM IST

Sports

Latest News

ମେଷ:ଶିକ୍ଷା କ୍ଷେତ୍ରରେ ଥିବା ଲୋକେ ଲାଭାନ୍ୱିତ ହେବେ। ସକରାତ୍ମକ ଚିନ୍ତାଧାରା ରହିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଚାକିରିରେ ସଫଳତା ମିଳିବ। ଜୀବନସାଥୀଙ୍କର ସମସ୍ତ ଜରୁରୀ ଆବଶ୍ୟକତା ମେଣ୍ଟାଇପାରିବେ।

ବୃଷ: ଆଜି ଭାଗ୍ୟ ଆପଣଙ୍କୁ ସଫଳତା ଦେବ। ସବୁ କାମ ଆପଣଙ୍କ ଇଚ୍ଛା ଅନୁସାରେ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ତେବେ ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଏତେଟା ଭଲ ରହିବ ନାହିଁ। କିନ୍ତୁ ମାନସିକ ସ୍ତରରେ ଶାନ୍ତି ପାଇ ପାରିବେ।

ମିଥୁନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଟକି ରହିଥିବା ଧନ ମିଳିବ। ପରିବାର ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଦିନଟି ବିଶେଷ ଭଲରେ କଟି ନପାରେ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ତେବେ ସତର୍କ ରହିବା ଆବଶ୍ୟକ। କାରଣ ଆସିଥିବା ଧନହାନି ହେବାର ବି ଆଶଙ୍କା ରହିଛି। ଚାକିରିର ନୂଆ ସୁଯୋଗ ମିଳିପାରେ। କ୍ୟାରିୟରର ଭଲ ଦିଗରେ ଯାଉଛି। ଆଜି କିଛି ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ସିଂହ: ଚାକିରିରେ ଅସୁବିଧା ସୃଷ୍ଟି ହୋଇପାରେ। ରାସ୍ତାରେ ଯିବାଆସିବା ବେଳେ ସତର୍କ ରୁହନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସମସ୍ତଙ୍କ ସହିତ ଭାବିଚିନ୍ତି କଥା ହୁଅନ୍ତୁ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ହୋଇପାରେ, ତେଣୁ ସାବଧାନ ରୁହନ୍ତୁ।

କନ୍ୟା: ନୂଆ ଚାକିରି ମିଳିବାର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ଅଟକି ରହିଥିବା ଧନପ୍ରାପ୍ତି ହେବ। ସଫଳତା ମଳିବାର ସଙ୍କେତ ରହିଛି। ମିଠା କଥାରେ ସମସ୍ତଙ୍କ ମନ ଜିତି ପାରନ୍ତି। ପରିବାରରେ ଖୁସିର ବାତାବରଣ ବଜାୟ ରହିବ।

ତୁଳା: ଚାକିରିରେ ସମସ୍ୟା ସୃଷ୍ଟି ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଉଚ୍ଚ ଅଧିକାରୀ କିମ୍ୱା ଓ ବନ୍ଧୁଙ୍କ ସହ ମୂଲ୍ୟହୀନ କଥାରେ ତର୍କ କରି ପାରନ୍ତି। ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ବିଛା:  ଯେଉଁମାନେ ଶିକ୍ଷା କ୍ଷେତ୍ରରେ କାମ କରୁଛନ୍ତି ସେମାନେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ ଆଜି ଦିନଟି ଭଲ ଅଛି। ଅଚାନକ ଧନପାପ୍ତି ହୋଇପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଧନୁ: ପରିବାରରେ ଶାନ୍ତି ବଜାୟ ରହିବ। ଘରକୁ ଅତିଥି ଆସି ପାରନ୍ତି। ନୂତନ କାମର ସନ୍ଧାନ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଲାଭବାନ ହେବେ। ଆର୍ଥିକ ସଙ୍କଟ ଦୂର ହେବ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଋଣ କରନ୍ତୁ ନାହିଁ। ଆଜି ଦିନଟି ଆପଣଙ୍କ ପରିବାର ପାଇଁ ବେଶ୍‌ ଭଲ ରହିବ। ପରିବାର ସହିତ ସମୟ ଅତିବାହିତ କରିବେ। ବୁଲିବାକୁ କିମ୍ୱା ସିନେମା ଦେଖିବାକୁ ଯାଇପାରନ୍ତି। ନିଆଁ ଓ ପାଣି ପ୍ରତି ସତର୍କ ରୁହନ୍ତୁ। ଯାନବାହନରେ ଯିବାଆସିବା କଲା ବେଳେ ସାବଧାନ ରୁହନ୍ତୁ।

କୁମ୍ଭ: ସହଜରେ ଧନପ୍ରାପ୍ତି ହେବ ନାହିଁ। କଠିନ ପରିଶ୍ରମ କରିବା ସତ୍ତ୍ୱେ ଦୁର୍ଭାଗ୍ୟ ମାଡ଼ି ଆସିପାରେ। ଦୂରସ୍ଥାନକୁ ଯାତ୍ରାର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ସଂପନ୍ନ ହେବ।

ମୀନ: ଯେକୌଣସି କ୍ଷେତ୍ରରେ ଭଲ କାମ କରି ପ୍ରଶଂସା ପାଇବେ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ପୂରା ହେବ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବାଦବିବାଦରୁ ଦୂରେଇ ରୁହନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos