୨୯ ଜାନୁଆରୀ,ବୁଧବାର: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ

ମେଷ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବୃଷ:  ବନ୍ଧୁଙ୍କ ସହ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭ ସମାଚାର ଶୁଣି ପାରନ୍ତି। ମିଥୁନ: ଖର୍ଚ୍ଚ ବଢ଼ିବ। ମାଲି ମକଦ୍ଦମାରେ ବିଜୟୀ ହେବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଘରେ ହସଖୁସିର ପରିବେଶ ରହିବ। ସିଂହ: […]

astro-1-2

astro-1-2

Niharika Rout
  • Published: Wednesday, 29 January 2020
  • Updated: 29 January 2020, 07:26 AM IST

Sports

Latest News

ମେଷ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ବୃଷ:  ବନ୍ଧୁଙ୍କ ସହ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭ ସମାଚାର ଶୁଣି ପାରନ୍ତି।

ମିଥୁନ: ଖର୍ଚ୍ଚ ବଢ଼ିବ। ମାଲି ମକଦ୍ଦମାରେ ବିଜୟୀ ହେବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ। ଘରେ ହସଖୁସିର ପରିବେଶ ରହିବ।

ସିଂହ: ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୁର୍ଘଟଣା ଘଟିପାରେ,ସତର୍କ ରୁହନ୍ତୁ।

ତୁଳା: ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ମଧ୍ୟାହ୍ନ ପରେ ଶରୀର ଫୂର୍ତ୍ତି ରହିବ।

ବିଚ୍ଛା:  ମାନ-ସମ୍ମାନ ମିଳିବ। ଚାକିରି କ୍ଷେତ୍ରରେ ପ୍ରଂଶସିତ ହେବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ମକର: ସାହିତ୍ୟ-କଳା କ୍ଷେତ୍ରରେ ରୁଚି ବଢ଼ିବ। ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

କୁମ୍ଭ: ଆତ୍ମବିଶ୍ୱାସ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଳସୁଆ ଅନୁଭବ କରିବେ। ଯାତ୍ରା କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos