ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଳେବେଳେ ଶୋଇବା ପରେ ଆଖି ଲାଗୁଲାଗୁ ହଠାତ୍ ନିଦ ଭାଙ୍ଗିଯାଏ। ଆମେ ଚମ୍କି ଉଠିପଡୁ। ଏମିତି କଥାକୁ ଆମେ ସାଧାରଣ ଭାବି ଏଡ଼ାଇ ଯାଉ। ହେଲେ ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟା ବାସ୍ତୁ ଦୋଷ ଲାଗି ହୋଇଥାଏ। ଏଣୁ ଶୋଇବା ଘର ସମ୍ପର୍କିତ ବାସ୍ତୁ ଦୋଷ ଦୂର କରିବା ପାଇଁ ରାତିରେ ଶୋଇବା ପୂର୍ବରୁ କିଛି ବସ୍ତୁକୁ ନିଜଠୁ ଦୂରେଇ ରହିବାକୁ ହେବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।
- ଶୋଇବା ବେଳେ ଭୁଲ୍ରେ ବି ନିଜ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ।
- ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ।
- ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ମଧ୍ୟ ଅନୁଚିତ୍। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
- ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ।
- ମୋବାଇଲ୍, ଲାପ୍ଟପ୍ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ।
- ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ। ବିଭିନ୍ନ ପ୍ରକାରର କଠିନତାକୁ ସାମ୍ନା କରିବାକୁ ପଡିପାରେ।
- ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢିଥାଏ ଏବଂ ଦାମ୍ପତ୍ୟ କଳହ ସୃଷ୍ଟି ହୁଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।