ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ମିଳିବ ଶୁଭ ଫଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକଙ୍କ ଘର ଏବଂ ଅଫିସ୍‌ରେ ହାତୀ ମୂର୍ତ୍ତି ଏବଂ ଚିତ୍ର ଲାଗିଥିବା ଆପଣ ଦେଖିଥିବେ। ବାସ୍ତୁଶାସ୍ତ୍ରରେ ହାତୀଙ୍କର ମୂର୍ତ୍ତି ଓ ଚିତ୍ର ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ହାତୀଙ୍କ ଚିତ୍ର ରଖିଲେ, ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରି ପାରିନଥା’ନ୍ତି। ଘରର ପ୍ରମୁଖ ଦ୍ୱାରରେ ହାତୀର ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବା ସହ ପରିବାରର ସମସ୍ତେ […]

elephant

elephant

Puspanjali Panda
  • Published: Monday, 10 September 2018
  • Updated: 10 September 2018, 11:28 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକଙ୍କ ଘର ଏବଂ ଅଫିସ୍‌ରେ ହାତୀ ମୂର୍ତ୍ତି ଏବଂ ଚିତ୍ର ଲାଗିଥିବା ଆପଣ ଦେଖିଥିବେ। ବାସ୍ତୁଶାସ୍ତ୍ରରେ ହାତୀଙ୍କର ମୂର୍ତ୍ତି ଓ ଚିତ୍ର ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ହାତୀଙ୍କ ଚିତ୍ର ରଖିଲେ, ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରି ପାରିନଥା'ନ୍ତି।

ଘରର ପ୍ରମୁଖ ଦ୍ୱାରରେ ହାତୀର ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବା ସହ ପରିବାରର ସମସ୍ତେ ମିଳିମିଶି ରହିଥା'ନ୍ତି।

କେଉଁଭଳି ରଖିବେ ହାତୀ ମୂର୍ତ୍ତି ?

ଘରେ ସେହିଭଳି ହାତୀର ମୂର୍ତ୍ତି ରଖନ୍ତୁ, ଯେଉଁଥିରେ ହାତୀର ଷୁଣ୍ଢ ତଳ ଆଡ଼କୁ ଥିବ। ଏହିପରି ମୂର୍ତ୍ତି ରଖିଲେ, ପରିବାରକୁ ସୁଖ ଓ ଶାନ୍ତି ଆସିଥାଏ।
ସେହିପରି ଯଦି ହାତୀର ଷୁଣ୍ଢ ଉପର ଆଡ଼କୁ ରହିଛି, ତେବେ ଏପରି ମୂର୍ତ୍ତି ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ।

ଶୋଇବା ଘରେ ହାତୀ ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିବା ସହ ଦାମ୍ପତ୍ୟ ଜୀବନରେ କେବେ କଳହ ସୃଷ୍ଟି ହୋଇନଥାଏ।

ସେହିପରି ଘରେ ଛୁଆ ହାତୀର ମୂର୍ତ୍ତି ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୁଏ। କୁହାଯାଏ, ଏପରି ମୂର୍ତ୍ତି ରଖିଲେ, ଆପଣଙ୍କ ପିଲା ଆପଣଙ୍କ କଥା ମାନିବା ସହିତ ଗୁରୁଜନଙ୍କୁ ଆଦର ଏବଂ ସମ୍ମାନ କରିଥାଏ। ଏହା ସହିତ ପିଲା ଉତ୍ତମ ସଂସ୍କାର ମଧ୍ୟ ପାଇଥାଏ।

ପଢ଼ା ଟେବଲ୍‌ରେ ହାତୀ ମୂର୍ତ୍ତି ରଖିଲେ, ପିଲାମାନେ ପଢ଼ାଲେଖାରେ ଅଧିକ ଧ୍ୟାନ ଦେଇଥା'ନ୍ତି। ସେମାନଙ୍କ ଧ୍ୟାନ ଭଙ୍ଗ ହୋଇନଥାଏ ଏବଂ ସ୍ମୃତିଶକ୍ତି ପ୍ରଖର ହୋଇଥାଏ।

ସନ୍ତାନ ପାଇବାକୁ ଚାହୁଁଥିବା ଦମ୍ପତିଙ୍କ ପାଇଁ ହାତୀ ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ସେଥିପାଇଁ ଶୋଇବା ଘରେ ୭ଟି ହାତୀର ମୂର୍ତ୍ତି ରଖାଯାଇଥାଏ। ଏହା ସହିତ ଜୀବନରେ ଉନ୍ନତି ପାଇବାକୁ ଚାହୁଁଥିଲେ, ଘରର ଉତ୍ତର ଦିଗରେ ହାତୀ ମୂର୍ତ୍ତି ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos