ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲ୍ଡ ଆଉଟଲେଟ୍

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତରେ ସାମୟିକ ବନ୍ଦ ରହିବ ମ୍ୟାକଡୋନାଲ୍ଡ ଆଉଟଲେଟ୍ । ଆମେରିକାର ଏହି ଫୁଡ ରିଟେଲର କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ବିକ୍ରମ ବକ୍ସିଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା ତାହା ଏବେ ଶେଷ ହୋଇଛି। ଆମେରିକାର ଏହି ମ୍ୟାକଡୋନାଲ୍ଡ କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ୫୦ ପ୍ରତିଶତ ଏବଂ ବ୍ୟବସାୟୀ ବିକ୍ରିମ ବକ୍ସି ୫୦ ପ୍ରତିଶତ ଅଂଶଧନ ନିବେଶ କରିଥିଲେ। ହେଲେ ଏବେ ବିକ୍ରିମ ବକ୍ସି ତାଙ୍କର ସମସ୍ତ […]

mcdonald

mcdonald

Subhransu Sekhar
  • Published: Friday, 10 May 2019
  • Updated: 10 May 2019, 02:32 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତରେ ସାମୟିକ ବନ୍ଦ ରହିବ ମ୍ୟାକଡୋନାଲ୍ଡ ଆଉଟଲେଟ୍ । ଆମେରିକାର ଏହି ଫୁଡ ରିଟେଲର କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ବିକ୍ରମ ବକ୍ସିଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା ତାହା ଏବେ ଶେଷ ହୋଇଛି। ଆମେରିକାର ଏହି ମ୍ୟାକଡୋନାଲ୍ଡ କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ୫୦ ପ୍ରତିଶତ ଏବଂ ବ୍ୟବସାୟୀ ବିକ୍ରିମ ବକ୍ସି ୫୦ ପ୍ରତିଶତ ଅଂଶଧନ ନିବେଶ କରିଥିଲେ। ହେଲେ ଏବେ ବିକ୍ରିମ ବକ୍ସି ତାଙ୍କର ସମସ୍ତ ସେୟାର ଏହି କମ୍ପାନୀରେ ଲଗାଇବେନି ବୋଲି ନିଷ୍ପତ୍ତି ନେବାରୁ ମ୍ୟାକଡୋନାଲ୍ଡ କମ୍ପାନୀ ଏବେ ସାମୟିକ ସମୟ ପାଇଁ ପାଖାପାଖି ୧୬୫ ଆଉଟଲେଟକୁ ବନ୍ଦ ରଖିଛି। ଆଗାମୀ ଦିନରେ ସମସ୍ତ ପୁଞ୍ଜି ନିବେଶ ମ୍ୟାକଡୋନାଲ୍ଡ କରିବ ବୋଲି ନିଷ୍ପତ୍ତି ନେଇଛି।

ବିକ୍ରମ ବକ୍ସି ଭାରତର ମ୍ୟାକଡୋନାଲ୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟଡର ନିର୍ଦ୍ଦେଶକ ଥିଲେ। ଏବେ ସେ ଓହରିଯିବା ପରେ ତାଙ୍କ ସ୍ଥାନରେ ରର୍ବଟ ହୁଙ୍ଗାଫୋଙ୍କୁ ନିଯୁକ୍ତି ଦେଇଛି ମ୍ୟାକଡୋନାଲ୍ଡ କମ୍ପାନୀର ମୂଳ କମ୍ପାନୀ କନ୍ନାଉଟ୍ ପ୍ଲାଜା ରେଷ୍ଟୁରାଣ୍ଚ ପ୍ରାଇଭେଟ ଲିମିଟେଡ।

ଏହି ସମୟରେ କିନ୍ତୁ କମ୍ପାନୀର କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ ବୋଲି ମ୍ୟାକଡୋନାଲ୍ଡର ମୂଳ କମ୍ପାନୀ କନ୍ନାଉଟ୍ ପ୍ଲାଜା ରେଷ୍ଟୁରାଣ୍ଚ ପ୍ରାଇଭେଟ ଲିମିଟେଡ ଘୋଷଣା କରିଛି। ଆଉଟଲେଟ୍ ବନ୍ଦ ରହିଥିବାରୁ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ଟେନିଂ ଦିଆଯିବା ସହ ଖୁବଶୀଘ୍ର କିଭିଳି ଆଉ ଥରେ ଖୋଲିବ ସେ ନେଇ ବିଭିନ୍ନ ଦିଗ ଉପରେ ଏହି ସମୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

୧୯୯୫ ମସିହାରେ ଭାରତରେ ଆମେରିକାର ଏହି ଫାଷ୍ଟ ଫୁଡ ରିଟେଲର କମ୍ପାନୀ ଭାରତରେ ବିକ୍ରମ ବକ୍ସିଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିଥିଲା। ଏଥିପାଇଁ ୨ ଜଣଙ୍କ ମଧ୍ୟରେ ୨୫ ବର୍ଷର ଚୁକ୍ତି ହୋଇଥିଲା। ହେଲେ କମ୍ପାନୀର ଲାଭ ଅଂଶ ସଠିକ ଭାବରେ ପାଉନଥିବା ବକ୍ସି ଅଭିଯୋଗ କରିଥିଲେ। ଏହାପରେ ଦୁଇ ନିବେଶକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତେବେ ଏହାପରେ ବିବାଦ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ପହଞ୍ଚିଥିଲା। ଏହାପରେ ବକ୍ଲିଙ୍କ ଦାବିକୁ ଗ୍ରହଣ କରାଯାଇଥିଲା। ଏହାପରେ ଆଉ ୫ ବର୍ଷ ପାଇଁ ଦୁଇ ନିବେଶକାରୀଙ୍କ ମଧ୍ୟରେ ଔପଚାରିକ ଭାବରେ ଚୁକ୍ତି ହୋଇଥିବା ଜଣାପଡ଼ିଥିଲା। ହେଲେ ଏବେ ଚୁକ୍ତି ଅବଧି ପୂର୍ବରୁ ବିକ୍ରମ ବକ୍ସି ନିଜ ଅଂଶଧନ କାଢ଼ିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ତେବେ ଦୁଇ ବ୍ୟବସାୟୀ କମ୍ପାନୀର ସେୟାର ବାବଦରେ କିଛି ତଥ୍ୟ ପ୍ରକାଶ କରିନାହାନ୍ତି। ହେଲେ ସୂଚନା ଅନୁଯାୟୀ କୋର୍ଟକୁ ନଯାଇ ଦୁଇ ଜଣଙ୍କ ମଧ୍ୟରେ ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି। ବିକ୍ରମ ବକ୍ସି ମ୍ୟାକଡୋନାଲ୍ଡ ପାଖରୁ ୩୩୦ ମିଲିୟନ ଟଙ୍କା ତାଙ୍କର ପ୍ରାପ୍ୟ ପାଇବେ ବୋଲି ସୋମବାର ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲକୁ ଜଣାଇଛନ୍ତି।

ଆଗାମୀ ଦିନରେ ବକ୍ସି ଆଉ ଗୋଟିଏ ଅନ୍ତର୍ଜାତୀୟ ଫୁଡ ରିଟେଲର କମ୍ପାନୀ ଓ୍ୱେଣ୍ଡିସ୍ ସହ ଚୁକ୍ତି କରିବେ ବୋଲି ସୂଚନା ରହିଛି। ଭାରତରେ ଏବେ ୧୦ଟି ଫୁଡ ଆଉଟଲେଟ ଓ୍ୱେଡିସର ଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos