ଆର୍ସେଲରମିତ୍ତଲ-ସେଲର ମିଳିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବ: ଅଗଷ୍ଟ ସୁଦ୍ଧା ଚୂଡ଼ାନ୍ତ ହେବ ଡିପିଆର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଇସ୍ପାତ କଂପାନୀ ଆର୍ସେଲରମିତ୍ତଲ ଓ ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ) ମିଳିତ ଭାବେ ଭାରତରେ ଏକ ଇସ୍ପାତ କାରଖାନା ବସାଇବା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ଏନେଇ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ବା ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହା ଶେଷ ହୋଇଯିବ ବୋଲି କୁହାଯାଇଛି। ଡିପିଆର ଚୂଡ଼ାନ୍ତ ହୋଇଯିବା ପରେ ତା’ପରବର୍ତ୍ତୀ […]

arcsail

arcsail

Rakesh Mallick
  • Published: Monday, 15 June 2015
  • Updated: 15 June 2015, 11:36 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଇସ୍ପାତ କଂପାନୀ ଆର୍ସେଲରମିତ୍ତଲ ଓ ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ) ମିଳିତ ଭାବେ ଭାରତରେ ଏକ ଇସ୍ପାତ କାରଖାନା ବସାଇବା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ଏନେଇ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ବା ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହା ଶେଷ ହୋଇଯିବ ବୋଲି କୁହାଯାଇଛି।

ଡିପିଆର ଚୂଡ଼ାନ୍ତ ହୋଇଯିବା ପରେ ତା’ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏଥିରେ ଜଏଣ୍ଟ ଭେଞ୍ଚର ବା ମିଳିତ ଉଦ୍ୟମର ରୂପରେଖର ଆନୁଷ୍ଠାନିକ ଘୋଷଣା କରାଯିବ, କାରଖାନା ସ୍ଥାପନ ପାଇଁ ଜାଗା ଚିହ୍ନଟ କରାଯିବ ଓ ସେଗୁଡ଼ିକର ସମୀକ୍ଷା କରାଯିବ, ପ୍ରକଳ୍ପର ବ୍ୟୟଅଟକଳ କରାଯିବ। ଏଥିପାଇଁ ପ୍ରାୟ ୨ ବର୍ଷ ଲାଗିଯିବ।

୫୦୦୦ କୋଟି ଟଙ୍କାର ଏହି ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଏହି ଦୁଇ କଂପାନୀ ମଧ୍ୟରେ ଗତ ମାସରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଭାରତରେ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଅଟୋମୋବାଇଲ୍ ଶିଳ୍ପକୁ ଦୃଷ୍ଟିରେ ରଖି ଏହି ଷ୍ଟିଲ୍ କାରଖାନା ବସାଇବାକୁ ଯୋଜନା ରଖାଯାଇଛି। ଅଟୋମୋବାଇଲ୍ ଶିଳ୍ପଗୁଡ଼ିକର ଆବଶ୍ୟକତା ପୂରଣ କରିବାକୁ ଏହି ପ୍ରସ୍ତାବିତ କାରଖାନା ବିଶେଷ ଧ୍ୟାନ ଦେବ ବୋଲି କୁହାଯାଇଛି। ଏହି ପ୍ରସ୍ତାବିତ ଷ୍ଟିଲ୍ କଂପାନୀର କ୍ଷମତା ୧.୫ ମିଲିୟନ ଟନ୍ ରହିବ।

ଏହି ପ୍ରସ୍ତାବିତ ଷ୍ଟିଲ୍ କଂପାନୀ ପାଇଁ ଜାଗା ଚିହ୍ନଟ କରାଯାଇ ନାହିଁ। ଡିପିଆର ଚୂଡ଼ାନ୍ତ ହେବା ପରେ ଜାଗା ଚିହ୍ନଟ ହେବ। ତେବେ ଚଳିତ ମାସ ପ୍ରାରମ୍ଭରେ ଆର୍ସେଲରମିତ୍ତଲର ମୁଖ୍ୟ ଲକ୍ଷ୍ମୀ ମିତ୍ତଲ କହିଥିଲେ ଯେ ଭାରତର ଚାରୋଟି ପ୍ରମୁଖ ଅଟୋମୋବାଇଲ୍ କ୍ଲଷ୍ଟରରୁ ଗୋଟିଏ ସ୍ଥାନରେ ଏହି ପ୍ରସ୍ତାବିତ କାରଖାନା ପ୍ରତିଷ୍ଠା କରାଯାଇପାରେ।

ଭାରତରେ ଥିବା ପ୍ରମୁଖ ଚାରୋଟି ଅଟୋମୋବାଇଲ୍ କ୍ଲଷ୍ଟର ହେଉଛି- ମହାରାଷ୍ଟ୍ରର ପୁନେ-ଚକାନ, ତାମିଲନାଡୁର ରାଜଧାନୀ ଚେନ୍ନାଇର ନିକଟବର୍ତ୍ତୀ ଅଞ୍ଚଳ, ଗୁଜୁରାଟର ସନଦ ଓ ହରିଆଣା ଓ ରାଜସ୍ଥାନ ପର୍ଯ୍ୟନ୍ତ ଲମ୍ବିଥିବା ଗୁଡ଼ଗାଁଓ-ନୀମରାଣା ଅଞ୍ଚଳ।

ଆର୍ସେଲରମିତ୍ତଲ ପକ୍ଷରୁ କୁହାଯାଇଛି ଯେ ୨୦୨୦ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବଡ଼ ଅଟୋମୋବାଇଲ୍ ଉତ୍ପାଦନ କରୁଥିବା ରାଷ୍ଟ୍ର ବନିଯିବ। ବର୍ତ୍ତମାନ ଭାରତରେ ୩.୫ ମିଲିୟନ୍ ୟୁନିଟ୍ ଅଟୋମୋବାଇଲ୍ ଉତ୍ପାଦନ ହେଉଥିବା ବେଳେ ୨୦୨୦ ବେଳକୁ ଏହା ୭ ମିଲିୟନ୍ ୟୁନିଟରେ ପହଞ୍ଚିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos