ବଢ଼ି ଚାଲିଛି ଡାଲି ଦର

ଭୁବନେଶ୍ୱର: ଡାଲି ଦର ଏବେ ଆକାଶ ଛୁଆଁ। ବଜାରରେ ହରଡ଼ କିଲୋ ୧୮୦ ଛୁଇଁଛି। ଅନ୍ୟ ସବୁ ଡାଲି ଗତମାସ ତୁଳନାରେ କିଲୋ ପିଛା ପ୍ରାୟ ୨୦ରୁ ୩୦ ଟଙ୍କା ବୃଦ୍ଧି ପାଇଛି। ଡାଲି ଦରରେ ଏହି ଅହେତୁକ ବୃଦ୍ଧି ଯୋଗୁଁ ହାଣ୍ଡି ଶାଳରେ ଚଡ଼କ ପଡ଼ିଛି। ପ୍ରଥମେ ପିଆଜ କନ୍ଦାଇବା ପରେ ଏବେ ଦାଉ ସାଧୁଛି ଡାଲି। ଦର ବଢ଼ିଛି ଯେ କମିବାର ନା ନେଉନାହିଁ। ପ୍ରତି ମାସରେ ଦର୍ ହୁ ହୁ ହୋଇ ବଢୁଛି। […]

dali

dali

Rakesh Mallick
  • Published: Wednesday, 14 October 2015
  • Updated: 14 October 2015, 03:05 PM IST

Sports

Latest News

ଭୁବନେଶ୍ୱର: ଡାଲି ଦର ଏବେ ଆକାଶ ଛୁଆଁ। ବଜାରରେ ହରଡ଼ କିଲୋ ୧୮୦ ଛୁଇଁଛି। ଅନ୍ୟ ସବୁ ଡାଲି ଗତମାସ ତୁଳନାରେ କିଲୋ ପିଛା ପ୍ରାୟ ୨୦ରୁ ୩୦ ଟଙ୍କା ବୃଦ୍ଧି ପାଇଛି। ଡାଲି ଦରରେ ଏହି ଅହେତୁକ ବୃଦ୍ଧି ଯୋଗୁଁ ହାଣ୍ଡି ଶାଳରେ ଚଡ଼କ ପଡ଼ିଛି। ପ୍ରଥମେ ପିଆଜ କନ୍ଦାଇବା ପରେ ଏବେ ଦାଉ ସାଧୁଛି ଡାଲି। ଦର ବଢ଼ିଛି ଯେ କମିବାର ନା ନେଉନାହିଁ। ପ୍ରତି ମାସରେ ଦର୍ ହୁ ହୁ ହୋଇ ବଢୁଛି। ଗତମାସରେ କିଲୋ ପିଛା ୧୩୦ରୁ ୧୫୦ ଟଙ୍କ।ରେ ବିକ୍ରି ହେଉଥିବା ହରଡ଼ ଡାଲି ଏବେ ୧୮୦ ଟଙ୍କାରେ ପହଞ୍ଚିଛି। ସେହିପରି ମୁଗ ଡାଲି କିଲୋ ପିଛା ୩୦ ଟଙ୍କ। ବଢ଼ି ୧୨୦, ବିରି ଡାଲି ୩୦ ବଢ଼ି ୧୬୦ ଟଙ୍କ।ରେ ବିକ୍ରି ହେଉଛି। ମସୁର୍ ଡାଲି ଏବେ ୯୦ରୁ ୯୫ ଟଙ୍କା ଓ ଚଣା ବା ବୁଟ ଡାଲି କିଲୋ ପିଛା ୭୨ରୁ ୭୬ ଟଙ୍କାରେ ବିକ୍ରି ହେଉଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି। ଡାଲି ଉପରେ ମହଙ୍ଗା ମାଡ଼ ହେବା ପରେ ପୁରା ବିଗାଡ଼ି ଦେଇଛି ରୋଷେଇ ଶାଳର ବଜେଟକୁ।

ଚଳିତ ବର୍ଷ ଉତ୍ପାଦନ କମ୍ ହେବା ଯୋଗୁଁ ଡାଲି ଦର୍ ବଢ଼ିବାରେ ଲାଗିଛି। ନୂଆ ଫସଲ ନ ଆସିଲା ଯାଏଁ ଅର୍ଥାତ ଡିସେମ୍ୱର ଶେଷ ସୁଦ୍ଧା ଏଥିରୁ ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍। ସେପଟେ ଡାଲି ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ୨ ହଜାର ଟନ୍ ଡାଲି ଆମଦାନୀ କରିବାକୁ ସାନି ଟେଣ୍ଡର ଡାକିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos