ଭୁବନେଶ୍ୱରରୁ ବିମାନ ଚଳାଚଳ ଲାଗି ୨୦ରୁ ଅଧିକ ବିମାନସେବା ପ୍ରଦାନକାରୀ ସଂସ୍ଥା ଆଗ୍ରହୀ

biju-pattanyak-airport-new-terminalଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ପାଇଁ ଅଧିକରୁ ଅଧିକ ବିଦେଶକୁ ବିମାନ ଚଳାଚଳ ଲାଗି ଆଶା ସଂଚାର ହୋଇଛି । ଏଠାରୁ ବିଭିନ୍ନ ଦେଶକୁ ବିମାନ ସଂଯୋଗ ପାଇଁ ୨୦ରୁ ଅଧିକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଆଗ୍ରହୀ ଅଛନ୍ତି । ଦକ୍ଷିଣ ଆଫ୍ରିକାର ଡର୍ବାନରେ ହୋଇଥିବା ସମ୍ମିଳନୀରେ ଏପରି ଆଶା ସଞ୍ଚାର ହୋଇଛି। ଏହି ସମ୍ମଳନୀରେ ୨୦ରୁ ଅଧିକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏଠାରୁ ବିମାନ ଚଳାଚଳ ପାଇଁ ଆଗ୍ରହ ଥିବା ଜଣାଇଛନ୍ତି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।