ଦେଶବ୍ୟାପି ବିଏସଏନଏଲର ଫ୍ରି ରୋମିଂ ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ଟେଲିକମ୍ ଉଦ୍ୟୋଗ ବିଏସଏନଏଲ୍ ସୋମବାରୁ ଠାରୁ ଦେଶବ୍ୟାପି ଫ୍ରି ରୋମିଂ ସେବା ଆରମ୍ଭ କରିଛି । ଏହା ଦ୍ୱାରା ବିଏସଏନଏଲ୍ ଗ୍ରାହକଙ୍କୁ ବାହାର ରାଜ୍ୟରୁ ଆସୁଥିବା ଇନ୍ କମିଙ୍ଗ୍ କଲ ପାଇଁ ଶୁଳ୍କ ଦେବାକୁ ପଡିବ ନାହିଁ। ବିଏସଏନଏଲର ଚେୟାରମ୍ୟାନ୍ ଓ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ରୋମିଂ ସମୟରେ ଏବେ ବିଏସଏନଏଲ୍ ଗ୍ରାହକଙ୍କୁ ଅନ୍ୟ ହ୍ୟାଣ୍ଡସେଟ୍ କିମ୍ୱା ସିମ୍ ରଖିବାକୁ ପଡିବ ନାହିଁ। ସେହିପରି ଇନକମିଂ କଲରେ ଲମ୍ୱା ସମୟ […]

BSNL

BSNL

Rakesh Mallick
  • Published: Monday, 15 June 2015
  • Updated: 15 June 2015, 01:30 PM IST

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ଟେଲିକମ୍ ଉଦ୍ୟୋଗ ବିଏସଏନଏଲ୍ ସୋମବାରୁ ଠାରୁ ଦେଶବ୍ୟାପି ଫ୍ରି ରୋମିଂ ସେବା ଆରମ୍ଭ କରିଛି । ଏହା ଦ୍ୱାରା ବିଏସଏନଏଲ୍ ଗ୍ରାହକଙ୍କୁ ବାହାର ରାଜ୍ୟରୁ ଆସୁଥିବା ଇନ୍ କମିଙ୍ଗ୍ କଲ ପାଇଁ ଶୁଳ୍କ ଦେବାକୁ ପଡିବ ନାହିଁ।
ବିଏସଏନଏଲର ଚେୟାରମ୍ୟାନ୍ ଓ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ ରୋମିଂ ସମୟରେ ଏବେ ବିଏସଏନଏଲ୍ ଗ୍ରାହକଙ୍କୁ ଅନ୍ୟ ହ୍ୟାଣ୍ଡସେଟ୍ କିମ୍ୱା ସିମ୍ ରଖିବାକୁ ପଡିବ ନାହିଁ। ସେହିପରି ଇନକମିଂ କଲରେ ଲମ୍ୱା ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇ ପାରିବେ । ଏହାସହିତ ରୋମିଂ ସମୟରେ କମ୍ ଦରରେ ଲୋକାଲ୍ ଏବଂ ନ୍ୟାସନାଲ୍ ଏସଏମଏସ୍ ପଠାଇବାର ସୁବିଧା ମଧ୍ୟ ଦିଆଯାଇଛି। ଆଉ ଏହା ‘ଏକ ରାଷ୍ଟ୍ର ଏକ ନମ୍ୱର’ ସ୍ୱପ୍ନକୁ ସାକାର କରିଛି।
ସେହିପରି ଅନ୍ୟ ଯେକୌଣସି ନେଟୱାର୍କ ବ୍ୟବହାର କରୁଥିବା ମୋବାଇଲ୍ ଗ୍ରାହକମାନେ ନିଜର ନମ୍ୱର ଅପରିବର୍ତ୍ତିତ ରଖି ଏମଏନପି ଦ୍ୱାରା ବିଏସଏନଏଲକୁ ଆପଣାଇ ଏହି ଫ୍ରି ରୋମିଂ ସୁବିଧା ନେଇ ପାରିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଏସଏନଏଲ୍ ଗତମାସ ଠାରୁ ଗ୍ରାହକ ମାନଙ୍କ ପାଇଁ ଏହାର ଲ୍ୟାଣ୍ଡ ଲାଇନରୁ ରାତି ୯ଟାରୁ ସକାଳ ୭ ପର୍ଯ୍ୟନ୍ତ ଭାରତର ଯେକୌଣସି ନମ୍ୱରକୁ ବିନା କୌଣସି ଅଧିକ ଦେୟରେ କଥାବାର୍ତ୍ତା ହେବାର ସୁବିଧା ଆଣି ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos