ଡିଟିଏଚରେ ଏଫ‌୍‍ଡିଆଇ ବଢ଼ିବ!

ନୂଆଦିଲ୍ଲୀ: ଡିଟିଏଚ‌୍‍ ଓ କେବୁଲ‌୍‍ ନେଟ‌ୱାର୍କ ସମେତ ବ୍ରୋଡ‌୍‍କାଷ୍ଟିଂ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ‌୍‍ଡିଆଇ) ସୀମା ୧୦୦%କୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା ମାଧ୍ୟମରେ ସରକାର ଅଧିକ ବିଦେଶୀ କମ୍ପାନୀଙ୍କୁ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ସହ ଭିତ୍ତିଭୂମିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। କେବୁଲ‌୍‍ ନେଟୱାର୍କ, ଡାଇରେକ୍ଟ-ଟୁ-ହୋମ‌୍‍, ମୋବାଇଲ‌୍‍ ଟିଭି ଓ ଟେଲିପୋର୍ଟରେ ଏଫ‌୍‍ଡିଆଇ ସୀମାକୁ ୭୪ ପ୍ରତିଶତରୁ ୧୦୦ପ୍ରତିଶତକୁ ବଢ଼ାଇବା ପ୍ରସ୍ତାବ ସମ୍ପର୍କରେ ଏକ ଆନ୍ତଃ ମନ୍ତ୍ରାଳୟ […]

dth

dth

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 03:17 PM IST

Sports

Latest News

ନୂଆଦିଲ୍ଲୀ: ଡିଟିଏଚ‌୍‍ ଓ କେବୁଲ‌୍‍ ନେଟ‌ୱାର୍କ ସମେତ ବ୍ରୋଡ‌୍‍କାଷ୍ଟିଂ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ‌୍‍ଡିଆଇ) ସୀମା ୧୦୦%କୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏହା ମାଧ୍ୟମରେ ସରକାର ଅଧିକ ବିଦେଶୀ କମ୍ପାନୀଙ୍କୁ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ସହ ଭିତ୍ତିଭୂମିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। କେବୁଲ‌୍‍ ନେଟୱାର୍କ, ଡାଇରେକ୍ଟ-ଟୁ-ହୋମ‌୍‍, ମୋବାଇଲ‌୍‍ ଟିଭି ଓ ଟେଲିପୋର୍ଟରେ ଏଫ‌୍‍ଡିଆଇ ସୀମାକୁ ୭୪ ପ୍ରତିଶତରୁ ୧୦୦ପ୍ରତିଶତକୁ ବଢ଼ାଇବା ପ୍ରସ୍ତାବ ସମ୍ପର୍କରେ ଏକ ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି ଆଲୋଚନା କରିଛି। ନ୍ୟୁଜ‌୍‍ ଓ କରେଣ୍ଟ ଆଫାୟାର‌୍‍ ଟିଭି ଚ୍ୟାନେଲ‌୍‍କୁ ଅପ‌୍‍ଲିଙ୍କ‌ କରୁଥିବା ବ୍ରୋଡକାଷ୍ଟିଂ ସେବା କ୍ଷେତ୍ରରେ ଏଫ‌୍‍ଡିଆଇ ସୀମା ୨୬ରୁ ୪୯ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଉ ଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos