ଗତ ୪୦ ବର୍ଷରେ ଭାରତୀୟ ରେଳରେ ଯଥେଷ୍ଟ ନିବେଶ ହୋଇନି: ରେଳ ମନ୍ତ୍ରୀ

ବେଙ୍ଗଲୁରୁ: ଗତ ୪୦ ବର୍ଷରେ ଭାରତୀୟ ରେଳରେ ଯଥେଷ୍ଟ ନିବେଶ ହୋଇନାହିଁ। ଭାରତ ଓ ଚୀନର ରେଳ ସେବା ସଂପର୍କରେ ତୁଳନା କରି ଶନିବାର ଏ କଥା କହିଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ। ବେଙ୍ଗଲୁରୁରେ ଏକ ନୂଆ ଷ୍ଟେସନ୍ ବିଲ୍ଠିଂ ଉଦଘାଟନ କରିବା ଅବସରରେ ସେ ଏହା କହିଥିଲେ। ପ୍ରଭୁ କହିଥିଲେ, ରେଳ ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ତେଣୁ ଭାରତୀୟ ରେଳକୁ ଏକ ନୂଆ ଦିଗ ଦେବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ […]

railminister

railminister

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 04:37 PM IST

Sports

Latest News

ବେଙ୍ଗଲୁରୁ: ଗତ ୪୦ ବର୍ଷରେ ଭାରତୀୟ ରେଳରେ ଯଥେଷ୍ଟ ନିବେଶ ହୋଇନାହିଁ। ଭାରତ ଓ ଚୀନର ରେଳ ସେବା ସଂପର୍କରେ ତୁଳନା କରି ଶନିବାର ଏ କଥା କହିଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ। ବେଙ୍ଗଲୁରୁରେ ଏକ ନୂଆ ଷ୍ଟେସନ୍ ବିଲ୍ଠିଂ ଉଦଘାଟନ କରିବା ଅବସରରେ ସେ ଏହା କହିଥିଲେ।

ପ୍ରଭୁ କହିଥିଲେ, ରେଳ ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ତେଣୁ ଭାରତୀୟ ରେଳକୁ ଏକ ନୂଆ ଦିଗ ଦେବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୩୦ ରୁ ୪୦ ବର୍ଷ ମଧ୍ୟରେ ଭାରତୀୟ ରେଳରେ ଯଥେଷ୍ଟ ନିବେଶ କରାଯାଇ ନାହିଁ।

ଏକ ସର୍ଭେର ଉଦାହରଣ ଦେଇ ସେ କହିଥିଲେ, ୧୯୯୦ରେ ଚୀନର ରେଳ ନେଟୱର୍କ ଭାରତ ସହିତ ସମାନ ଥିଲା ଅବା ତା’ଠାରୁ ଛୋଟ ଥିଲା। କିନ୍ତୁ ଗତ ୨୫ ବର୍ଷ ମଧ୍ୟରେ ଚୀନ ରେଳ ନେଟୱର୍କରେ ବହୁତ ପରିବର୍ତ୍ତନ ହୋଇଛି। ଏହା ଭାରତ ଠାରୁ ଢେର ଆଗକୁ ଚାଲି ଯାଇଛି।

ବିଶ୍ୱରେ ଚୀନ ଏକ ବଡ଼ ରପ୍ତାନକାରୀ ଓ ଉତ୍ପାଦନକାରୀ ଦେଶ। ତେଣୁ ତା’ର ଅର୍ଥ ନୀତି ବି ବେଶ ଦୃଢ଼। ଆଉ ଏହା ପଛରେ ରହିଛି ଏକ ସଶକ୍ତ ରେଳ ନେଟୱର୍କ। ରେଳ ନେଟୱର୍କକୁ ବ୍ୟବସ୍ଥିତ କରିବା ପାଇଁ ଓ ଏହାକୁ ଅଧିକ ଉନ୍ନତ କରିବାକୁ ଚୀନ ପର୍ଯ୍ୟାପ୍ତ ନିବେଶ କରୁଛି।

ପ୍ରଭୁ କହିଥିଲେ, ଆମ ରେଳ ନେଟୱର୍କକୁ ଦୃଢ଼ କରିପାରିଲେ ଭାରତର ଜିଡିପି ୨ ରୁ ୩% ବଢ଼ିଯିବ। କିନ୍ତୁ ତା’ସହିତ ଏହା ବି ସତ ଯେ ସଠିକ୍ ନିବେଶ ନକଲେ ଆମେ ଠିକ୍ ରେଳ ନେଟୱର୍କ ତିଆରି କରି ପାରିବା ନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ଆସନ୍ତା ୫ ବର୍ଷରେ ଭାରତୀୟ ରେଳର ବିକାଶ ପାଇଁ ୮.୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos