ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା ଭାରତରେ ଜାର୍ମାନୀର ଅଟୋ ସପ୍ଲାୟାର କମ୍ପାନୀ ବୁସ୍ ୬୫୦ କୋଟି ଟଙ୍କା ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହି ସୂଚନା ଦେଇଛନ୍ତି ଭାରତ ଗସ୍ତରେ ଆସିଥିବା ଜାର୍ମାନ ଚାନ୍ସସେଲର ଆଞ୍ଜେଲା ମାର୍କେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଞ୍ଜେଲା ବାଙ୍ଗାଲୋରର କମ୍ପାନୀ ଫ୍ୟାସିଲିଟେଜକୁ ଯାଇଥିବାବେଳେ ଏହି ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ବୁସ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଶ୍ୱସ୍ତରରେ ଭାରତୀୟ ଇଞ୍ଜିନିୟରଙ୍କ ପ୍ରଚେଷ୍ଠା ଦ୍ୱାରା ବୁସ କମ୍ପାନୀ ସଫଳତାର ଶୀର୍ଷରେ ପହଞ୍ଚିଛି। ମୁଖ୍ୟତଃ ଭାରତୀୟ ଇଞ୍ଜିନୟରମାନେ ଡାଟା ମାଇନିଂ ଓ ସ୍ମାର୍ଟ ମାନ୍ୟୁଫକ୍ଚରିଂରେ ବେଶ ପ୍ରବୀଣ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୧୮ ସୁଦ୍ଧା ବୁସ୍ କମ୍ପାନୀ ଭାରତରେ ଥିବା ତାର ୧୮ଟି ଶାଖା ପ୍ଲାଣ୍ଟରେ ଏହି ସ୍ମାର୍ଟ ମାନ୍ୟୁଫକ୍ଚରିଂ ବ୍ୟବସ୍ଥାକୁ ଲାଗୁ କରିବ। ଏହାସହ ନୂତନ ପ୍ଲାଣ୍ଟ ଭାବେ କର୍ଣ୍ଣାଟକର ବିଦାଦୀ, ତାମିଲନାଡୁର ଚେନ୍ନାଇ ଓ ଗୋଙ୍ଗାଇକୋଡନରେ ସ୍ଥାପନ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।