ନୂଆଦିଲ୍ଲୀ: ଆୟର ଉତ୍ସ ସ୍ପଷ୍ଟ ଥିଲେ, ଯେତେ ଅଧିକ ସୁନା ଅଳଙ୍କାର ରଖିଲେ ମଧ୍ୟ କୌଣସି କଟକଣା ଲାଗୁ ହେବ ନାହିଁ। ପ୍ରଚଳିତ ଆୟକର ଆଇନ ଅନୁସାରେ ଘରେ ସୁନା ଅଳଙ୍କାର ରଖିବା କଟକଣା ନେଇ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଆଇନ ମୁତାବକ ଆୟର ଉତ୍ସ ସମ୍ପର୍କରେ ସ୍ପଷ୍ଟ ଭାବେ ଦର୍ଶାଯାଇ ପାରୁ ଥିଲେ, ଯେକୌଣସି ବ୍ୟକ୍ତି ଯେକୌଣସି ପରିମାଣର ସୁନାଗହଣା ରଖିବାରେ କୌଣସି ପ୍ରତିବନ୍ଧକ ନାହିଁ। ସେହିପରି ଆୟର ଉତ୍ସ ସ୍ପଷ୍ଟ ହେଉ ନ ଥିଲେ ମଧ୍ୟ ଜଣେ ବିବାହିତା ମହିଳା ୫୦୦ ଗ୍ରାମ ସୁନା, ଅବିବାହିତ ମହିଳା ୨୫୦ ଗ୍ରାମ ଓ ପୁରୁଷ ୧୦୦ ଗ୍ରାମ ସୁନା ରଖି ପାରିବେ। ଏଗୁଡ଼ିକ ଜବତ ହେବ ନାହିଁ। ଏଥିସହ ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି ପରିମାଣଠାରୁ ଅଧିକ ସୁନା ଅଳଙ୍କାର ଯଦି ପରିବାରର ପ୍ରଥା ଓ ପରମ୍ପରା ଅନୁସାରେ ଥାଏ, ତେବେ ତାହା ମଧ୍ୟ ସର୍ଚ୍ଚ କରୁଥିବା ଅଧିକାରୀ ଜବତ କରିପାରିବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।