Advertisment

କମିପାରେ ଇନ୍‌କମ୍‌ ଟ୍ୟାକ୍ସ ହାର

ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଥିବାବେଳେ ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ପ୍ରୟାସ କରୁଛନ୍ତି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ ମଧ୍ୟ ଅନେକ ପଧକ୍ଷେପ ବାବଦରେ ଘୋଷଣା କରିଥିବାବେଳେ ଆଜି କହିଛନ୍ତି ଭବିଷ୍ୟତରେ ଇନ୍‌କମ୍‌ ଟ୍ୟାକ୍ସ ବା ବ୍ୟକ୍ତିଗତ ଆୟକର ହାର ହ୍ରାସ କରାଇବାର ଅଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
କେତେ ଆୟରେ କେତେ ଟିକସ ଦେବେ ଟେବୁଲ ମାଧ୍ୟମରେ ପଢ଼ନ୍ତୁ

incometax

ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଥିବାବେଳେ ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ପ୍ରୟାସ କରୁଛନ୍ତି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ ମଧ୍ୟ ଅନେକ ପଧକ୍ଷେପ ବାବଦରେ ଘୋଷଣା କରିଥିବାବେଳେ ଆଜି କହିଛନ୍ତି ଭବିଷ୍ୟତରେ ଇନ୍‌କମ୍‌ ଟ୍ୟାକ୍ସ ବା ବ୍ୟକ୍ତିଗତ ଆୟକର ହାର ହ୍ରାସ କରାଇବାର ଅଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Advertisment

୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୬ ବର୍ଷରେ ସର୍ବନିମ୍ନ ୪.୫%କୁ ଖସିଆସିଛି। ଏହା ପୂର୍ବର ତ୍ରୟମାସିକରେ ଜିଡିପି ହାର ୫% ଥିଲା।

ଗତ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ କର୍ପୋରେଟ୍‌ ଟିକସ ହ୍ରାସଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ନିଆଯାଇ ସରିଛି। ସେ ଆହୁରି ମଧ୍ୟ କହିଛନ୍ତି, ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଗତ ୨ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପ୍ରଚଳିତ ନିୟମକୁ କୋହଳ କରି ୫ ଲକ୍ଷ କୋଟି ଟଙ୍କା ଋଣ ଦେଇଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, “ବିଭିନ୍ନ ବାଟ ଅଛି ଯାହା ମାଧ୍ୟମରେ ଖର୍ଚ୍ଚ ବଢ଼ାଇ ହେବ। ଆମେ ପ୍ରତ୍ୟକ୍ଷ ପ୍ରକ୍ରିୟା ଆପଣାଇବା ସହ ଅନ୍ୟ ଏକ ପ୍ରକ୍ରିୟାରେ ଭିତ୍ତିଭୂମିରେ ଖର୍ଚ୍ଚ କରାଯାଉଛି। ଏହା ଶିଳ୍ପ ଶ୍ରମିକଙ୍କୁ ଏବଂ ଅନ୍ୟମାନଙ୍କୁ ଲାଭବାନ କରିପାରିବ।”