ଗୁଗୁଲ୍‌ର ଆଣ୍ଡ୍ରଏଡ୍‌କୁ ଟକ୍କର ଦେବ ହୁଆୱେର ହାର୍ମନୀଓଏସ୍

ନୂଆଦିଲ୍ଲୀ: ଗୁଗଲର ଆଣ୍ଡ୍ରଏଡ୍‌କୁ ଟକ୍କର ଦେବା ପାଇଁ ହୁଆୱେ ଟେକ୍ନୋଲୋଜି ଆଣିଛି ହାର୍ମନୀ ଓଏସ୍। କୁହାଯାଉଛି ଯେ ଏହି ଅପରେଟିଂ ସିଷ୍ଟମ ଦିନେ ଆଣ୍ଡ୍ରଏଡ୍‌ର ସ୍ଥାନ ନେବ। ଏଥିସହ ଲୋକଙ୍କର ଆମେରିକୀୟ ଟେକ୍ନିକ୍ ଉପରେ ନିର୍ଭରଶୀଳତାକୁ ଶେଷ କରିଦେବ। ହାର୍ମନି ଓଏସ୍‌ ଲଞ୍ଚ୍‌ ଅବସରରେ ହୁଆୱେ କଂଜୁମର ବିଜ୍‌ନେସ୍‌ର ସିଇଓ ରିଚାର୍ଡ଼ ୟୁ କହିଛନ୍ତି ଯେ ଏହି ଅପରେଟିଂ ସିଷ୍ଟମ୍‌ ସ୍ମାର୍ଟଫୋନ୍‌, ସ୍ମାର୍ଟ ସ୍ପିକର ସହ ସେନ୍‌ସର୍ ସହିତ ମଧ୍ୟ କମ୍ପାଟିବଲ୍‌। ଆଜିକାଲି ଏହା ଲୋକପ୍ରିୟ ହେଉଥିବା […]

techno

techno

Chinmayee Roy
  • Published: Saturday, 17 August 2019
  • Updated: 17 August 2019, 03:07 PM IST

Sports

Latest News

ନୂଆଦିଲ୍ଲୀ: ଗୁଗଲର ଆଣ୍ଡ୍ରଏଡ୍‌କୁ ଟକ୍କର ଦେବା ପାଇଁ ହୁଆୱେ ଟେକ୍ନୋଲୋଜି ଆଣିଛି ହାର୍ମନୀ ଓଏସ୍। କୁହାଯାଉଛି ଯେ ଏହି ଅପରେଟିଂ ସିଷ୍ଟମ ଦିନେ ଆଣ୍ଡ୍ରଏଡ୍‌ର ସ୍ଥାନ ନେବ। ଏଥିସହ ଲୋକଙ୍କର ଆମେରିକୀୟ ଟେକ୍ନିକ୍ ଉପରେ ନିର୍ଭରଶୀଳତାକୁ ଶେଷ କରିଦେବ। ହାର୍ମନି ଓଏସ୍‌ ଲଞ୍ଚ୍‌ ଅବସରରେ ହୁଆୱେ କଂଜୁମର ବିଜ୍‌ନେସ୍‌ର ସିଇଓ ରିଚାର୍ଡ଼ ୟୁ କହିଛନ୍ତି ଯେ ଏହି ଅପରେଟିଂ ସିଷ୍ଟମ୍‌ ସ୍ମାର୍ଟଫୋନ୍‌, ସ୍ମାର୍ଟ ସ୍ପିକର ସହ ସେନ୍‌ସର୍ ସହିତ ମଧ୍ୟ କମ୍ପାଟିବଲ୍‌।

ଆଜିକାଲି ଏହା ଲୋକପ୍ରିୟ ହେଉଥିବା ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌ର ମଧ୍ୟ ଅଂଶୀଦାର। ୨୦୨୦ ସୁଦ୍ଧା ଏହି ଅପରେଟିଂ ସିଷ୍ଟମ ସ୍ମାର୍ଟଫୋନ୍‌ ଓ କାର୍‌ରେ ଆସିଯିବ। ରିଚାର୍ଡ଼ ୟୁ କହିଛନ୍ତି ଯେ ହାର୍ମନି ଓଏସ୍‌ ମାଇକ୍ରୋ କେରନଲ୍ ଉପରେ ଆଧାରିତ। ଏହା ଅତି କମ୍ ଉପାୟ ଅବଲମ୍ବନ କରି ଅପରେଟିଂ ସ୍ପିଡ କେମିତି ବଢ଼ିବ ତାହା ସୁନିଶ୍ଚିତ କରିବ। ଏଥିରେ ଆର୍କ କମ୍ପାଇଲର୍‌ ରହିଛି ଯାହା ସି,ସି ପ୍ଲସ୍‌ପ୍ଲସ୍‌, ଜାଭା, ଜାଭାସ୍କ୍ରିପ୍ଟ ଓ କୋଟଲିନ୍‌ ପରି ସବୁ ଲାଙ୍ଗୁଏଜ୍‌କୁ ସପୋର୍ଟ କରେ।

ସୂଚନା ମୁତାବକ କିଛି ମାସ ପୂର୍ବରୁ  ହୁ‌ଆୱେକୁ ଆମେରିକାରେ ବ୍ୟାନ କରାଯାଇଥିଲା। ଏହି କମ୍ପାନୀ ଉପରେ ଆମେରିକୀୟ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖୁଥିବାର ଅଭିଯୋଗ ହୋଇଥିଲା। ଏହା ପରେ ହିଁ କମ୍ପାନୀ ନିଜର ସ୍ୱତନ୍ତ୍ର ଅପରେଟିଂ ସିଷ୍ଟମ ବାହାର କରିବା କଥା କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos