ଖସିଲେ ଜେଫ୍ ବେଜୋସ, ଉଠିଲେ ବିଲ ଗେଟସ

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତାଲିକାରେ ସାମିଲ୍ ହୋଇଛନ୍ତି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟସ। ପୂର୍ବରୁ ଆମାଜନର ସିଇଓ ତଥା ସଂସ୍ଥାପକ ଜେଫ୍ ବେଜୋସ ଥିଲେ ଶୀର୍ଷ ଧନୀ ତାଲିକାରେ। ନିକଟରେ ଆମାଜନର ତ୍ରୟୋମାସିକ ଆର୍ଥିକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ୭ ବିଲିଅନ ନିବେଶ ସେ ହରାଇଛନ୍ତି। ଏହାପରେ ବେଜସଙ୍କ ସମ୍ପତ୍ତିର ମୂଲ୍ୟ ୧୦୩.୯ ବିଲିଅନ ଡଲାର (୭୩୭୧୨୬ କୋଟି ୩୪ ଲକ୍ଷ ୨୫ ହଜାର ଟଙ୍କା) ରେ ପହଞ୍ଚିଛି। ସେହିପରି […]

bezos-gates-money-feature

bezos-gates-money-feature

Subhransu Sekhar
  • Published: Friday, 25 October 2019
  • Updated: 25 October 2019, 01:39 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତାଲିକାରେ ସାମିଲ୍ ହୋଇଛନ୍ତି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟସ। ପୂର୍ବରୁ ଆମାଜନର ସିଇଓ ତଥା ସଂସ୍ଥାପକ ଜେଫ୍ ବେଜୋସ ଥିଲେ ଶୀର୍ଷ ଧନୀ ତାଲିକାରେ। ନିକଟରେ ଆମାଜନର ତ୍ରୟୋମାସିକ ଆର୍ଥିକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ୭ ବିଲିଅନ ନିବେଶ ସେ ହରାଇଛନ୍ତି। ଏହାପରେ ବେଜସଙ୍କ ସମ୍ପତ୍ତିର ମୂଲ୍ୟ ୧୦୩.୯ ବିଲିଅନ ଡଲାର (୭୩୭୧୨୬ କୋଟି ୩୪ ଲକ୍ଷ ୨୫ ହଜାର ଟଙ୍କା) ରେ ପହଞ୍ଚିଛି।

ସେହିପରି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟସଙ୍କର ବର୍ତ୍ତମାନର ସମ୍ପତ୍ତି ୧୦୫.୭ ବିଲିଅନ ଡଲାର ( ୭୪୯୭୮୦ କୋଟି ୩୦ ଲକ୍ଷ ୭୫ ହଜାର ଟଙ୍କା) ରହିଛି। ୨୦୧୮ ପର୍ଯ୍ୟନ୍ତ ବିଲ ଗେଟସ ଦୀର୍ଘ ୨୪ ବର୍ଷ ଧରି ବିଶ୍ୱର ଶୀର୍ଷ ଧନୀ ତାଲିକାରେ ଥିଲେ। ଏହାପରେ ୨୦୧୮ରେ ଆମାଜନର ସିଇଓ ୧୫୦ ବିଲିଅନ ଡଲାର ସହ ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ହୋଇଥିଲେ।

ଜେଫ୍ ବିଜୋସ ୫ ଜୁଲାଇ ୧୯୯୪ରେ ଆମାଜନ ପ୍ରତିଷ୍ଠା କରିଥିଲେ। ଆଜି ବିଶ୍ୱର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଅଟେ ଆମାଜନ। ୧୯୯୪ରେ ବେଜୋସ ନ୍ୟୁୟର୍କରୁ ବିଭିନ୍ନ ସ୍ଥାନକୁ ଭ୍ରମଣ କରୁଥିଲେ। ଏହି ସମୟରେ ସେ ବ୍ୟବସାୟ ବାବଦରେ ଚିନ୍ତା କରିଥିଲେ। ଏହାପରେ ଆମାଜନ ଡଟ୍ କମ୍ ପ୍ରତିଷ୍ଠା କରିଥିଲେ। ନିଜର ଗ୍ୟାରେଜରୁ ଏହି କମ୍ପାନୀ ପ୍ରଥମେ ସେ ଆରମ୍ଭ କରିଥିଲେ। ପରେ ପରେ ସେ ଜଣେ ଇ- ଉଦ୍ୟୋଗପତୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ସେହିପରି ପାଲ ଏଲେନଙ୍କ ସହିତ ମିଶି ବିଲ୍ ଗେଟସ ୧୯୭୫ରେ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ। ନିଜର ୧୯ ବର୍ଷ ବେଳକୁ ସେ ପାଠ ପଢ଼ା ଛାଡ଼ି ଦେଇଥିଲେ। ସେ କମ୍ପ୍ୟଟର କୋଡିଂ ରେ ରୁଚି ରଖୁଥିଲେ। ସେଥିପାଇଁ ତାଙ୍କ ସ୍କୁଲରେ ଗଣିତ ଶ୍ରେଣୀରେ ଉପସ୍ଥିତ ନରହିଲେ ତାଙ୍କୁ କେହି କିଛି କହୁନଥିଲେ। କାରଣ କମ୍ପ୍ୟୁଟରରେ କୋଡିଂ ଲେଖିବା ପାଇଁ ଗଣିତରେ ସେତିକି ଦକ୍ଷ ହେବାର ଆବଶ୍ୟକ ରହିଛି। ବର୍ତ୍ତମାନ ତାଙ୍କ କମ୍ପାନୀରେ ୧,୪୪, ୧୦୬ ଜଣ କର୍ମଚାରୀ ରହିଛନ୍ତି। ମଧ୍ୟବୀତ ପରିବାରରେ ଜନ୍ମିତ ବିଲ ଗେଟସ କମ୍ପୁଟର କ୍ରାନ୍ତିର ଜନକ ଭାବେ ପରିଗଣିତ। ୧୯୮୭ରେ ସେ ଫୋର୍ବସର ଅରବପତି ତାଲିକାରେ ସାମିଲ୍ ହୋଇଥିଲେ।

୧୯୯୫ରୁ ୨୦୧୭ ଯାଏ ବିଲ ଗେଟସ ଫୋର୍ବସର ଧନୀ ତାଲିକାର ଶୀର୍ଷରେ ଥିଲେ। ଏହାପରେ ଆମାଜନର ବେଜୋସ ଶୀର୍ଷ ଧନୀ ତାଲିକାରେ ସାମିଲ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos