ରାଜ୍ୟ ଯୋଜନା ବଜେଟ୍‌ ବିନିଯୋଗରେ ଅଭିବୃଦ୍ଧି ହେଉଛି

ଭୁବନେଶ୍ୱର: ଚଳିତ ଆର୍ଥିକବର୍ଷ (ସେପ୍ଟେମ୍ୱର) ସୁଦ୍ଧା ରାଜ୍ୟ ଯୋଜନା ବଜେଟ୍‌ ବିନିଯୋଗରେ ଲଗାତାର ଅଭିବୃଦ୍ଧି ଜାରି ରହିଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚିବସ୍ତରୀୟ ବୈଠକରେ ଏହାର ସମୀକ୍ଷା କରାଯାଇଛି। ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ବିନିଯୋଗର ସମୀକ୍ଷା କରି ପାଣ୍ଠି ବିନିଯୋଗକୁ ଅଧିକ ଫଳପ୍ରଦ  କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ଭିତ୍ତିଭୂମୀ ନିର୍ମାଣ, କୃଷି, ଜଳସେଚନ ଓ ସାମାଜିକ ନିରାପତ୍ତା ଆଦି କ୍ଷେତ୍ରରେ ଅଧିକ […]

sachibalaya

sachibalaya

Rakesh Mallick
  • Published: Friday, 07 October 2016
  • Updated: 07 October 2016, 11:35 PM IST

Sports

Latest News

ଭୁବନେଶ୍ୱର: ଚଳିତ ଆର୍ଥିକବର୍ଷ (ସେପ୍ଟେମ୍ୱର) ସୁଦ୍ଧା ରାଜ୍ୟ ଯୋଜନା ବଜେଟ୍‌ ବିନିଯୋଗରେ ଲଗାତାର ଅଭିବୃଦ୍ଧି ଜାରି ରହିଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚିବସ୍ତରୀୟ ବୈଠକରେ ଏହାର ସମୀକ୍ଷା କରାଯାଇଛି। ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ବିନିଯୋଗର ସମୀକ୍ଷା କରି ପାଣ୍ଠି ବିନିଯୋଗକୁ ଅଧିକ ଫଳପ୍ରଦ  କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ଭିତ୍ତିଭୂମୀ ନିର୍ମାଣ, କୃଷି, ଜଳସେଚନ ଓ ସାମାଜିକ ନିରାପତ୍ତା ଆଦି କ୍ଷେତ୍ରରେ ଅଧିକ ପାଣ୍ଠି ବିନିଯୋଗ କରି ଅଧିକ ରାଜସ୍ୱ ସଂଗ୍ରହ କରିବାକୁ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍‌ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ରାଜସ୍ୱ ଆଦାୟ ସମ୍ପର୍କିତ ପୁରୁଣା ମାମଲା ଗୁଡ଼ିକୁ ଏକକାଳୀନ ଆଦାୟ ନିଷ୍ପତ୍ତି (ୱାନ୍‌ ଟାଇମ୍‌ ସେଟଲମେଣ୍ଟ) କରି ରାଜସ୍ୱ ସଂଗ୍ରହ ବଢ଼ାଇବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ସେପ୍ଟେମ୍ୱର ଶେଷ ସୁଦ୍ଧା ରାଜ୍ୟ ଯୋଜନା ବଜେଟ୍‌ରୁ ବିଭିନ୍ନ ବିଭାଗମାନେ ପ୍ରାୟ ୧୯୦୮୭ କୋଟି ଟଙ୍କା ବିନିଯୋଗ କରାଯାଇଛି। ଯାହାକି ରାଜ୍ୟ ଯୋଜନା ବଜେଟ୍‌ ବ୍ୟୟ ବରାଦର ପ୍ରାୟ ୪୨ ପ୍ରତିଶତ। ପୂର୍ବ ଆର୍ଥିକବର୍ଷରେ ଏହି ସମୟ ମଧ୍ୟରେ ହୋଇଥିବା ବିନିଯୋଗଠାରୁ ଏହା ୨୬ ପ୍ରତିଶତ ଅଧିକ। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପ୍ରାୟ ୪୮୩୭ କୋଟି ଓ ଭିତ୍ତିଭୂମୀ ନିର୍ମାଣ କ୍ଷେତ୍ରରେ ପ୍ରାୟ ୫୭୩୪ କୋଟି ଟଙ୍କା ବିନିଯୋଗ କରାଯାଇଛି। ଅନୁରୂପ ଭାବେ ସାମାଜିକ କ୍ଷେତ୍ରରେ ୭୫୬୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଛି। ପ୍ରତ୍ୟେକ ବିଭାଗ ଅତିରିକ୍ତ ବଜେଟ୍‌ ନିମନ୍ତେ ନିଜ ନିଜର ଆବଶ୍ୟକତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ଜଣାଇବା ପାଇଁ ଉନ୍ନୟନ କମିଶନର ବାଲାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି।

ବୈଠକରେ ସମସ୍ତ ବିଭାଗ ପ୍ରମୁଖ ସଚିବ, ଶାସନ ସଚିବ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos