କେନ୍ଦ୍ରରୁ ଅର୍ଥ ଆସିଲେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା: ଖଣିମନ୍ତ୍ରୀ

ଭୁବନେଶ୍ୱର: ଖଣି ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ ବା ଡିଏମ୍ଏଫ୍ ଅର୍ଥକୁ ଏହି ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯିବ। ତେବେ କେନ୍ଦ୍ରରୁ ଅର୍ଥ ଆସିବା ପରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ଖଣିମନ୍ତ୍ରୀ କହିଛନ୍ତି। ସେହିପରି ଡିଏମ୍ଏଫ୍ ଗଠନ ଲାଗି ବିଜ୍ଞପ୍ତି ଜାରି ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର […]

prafula1

prafula1

Rakesh Mallick
  • Published: Monday, 28 September 2015
  • Updated: 28 September 2015, 03:51 PM IST

ଭୁବନେଶ୍ୱର: ଖଣି ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ ବା ଡିଏମ୍ଏଫ୍ ଅର୍ଥକୁ ଏହି ଯୋଜନା ମାଧ୍ୟମରେ ଖର୍ଚ୍ଚ କରାଯିବ। ତେବେ କେନ୍ଦ୍ରରୁ ଅର୍ଥ ଆସିବା ପରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ଖଣିମନ୍ତ୍ରୀ କହିଛନ୍ତି। ସେହିପରି ଡିଏମ୍ଏଫ୍ ଗଠନ ଲାଗି ବିଜ୍ଞପ୍ତି ଜାରି ହୋଇସାରିଥିବା ସେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା କାର୍ଯ୍ୟକାରୀ ନେଇ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ନୂଆ ଏମ୍ଏମଡିଆର ଆକ୍ଟ ଅନୁସାରେ ଖଣି କାର୍ଯ୍ୟ ଦ୍ୱାରା ପ୍ରଭାବିତ ହେଉଥିବା ପ୍ରତି ଜିଲ୍ଲାରେ ରାଜ୍ୟ ସରକାର ଡିଷ୍ଟ୍ରିକ୍ଟ ମିନେରାଲ ଫ।ଉଣ୍ଡେସନ ବା ଡିଏମ୍ଏଫ୍ ପ୍ରତିଷ୍ଠା କରିବେ। ଖଣି ଖନନ ଯୋଗୁ ସାଧାରଣତ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳରେ ରୁହଥିବା ଆଦିବାସୀମାନେ ହିଁ ବିଶେଷ ପ୍ରଭାବିତ ହୋଇଥାନ୍ତି। ତେଣୁ ସେମାନଙ୍କର ବିକାଶ ଓ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ସଂଗଠିତ ଭାବେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଖଣି କାର୍ଯ୍ୟଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ସବୁ ଅଞ୍ଚଳର ତାଲିକା ଡିଏମଏଫ୍ ପ୍ରସ୍ତୁତ କରିବ। ସେହିପରି ସ୍ଥାନୀୟ ବାସିନ୍ଦା ଓ ଗୋଷ୍ଠୀଙ୍କ ତାଲିକ ମଧ୍ୟ ପ୍ରସ୍ତୁତ କରାଯିବ। ଖଣି ଅଞ୍ଚଳରେ ଶୁଦ୍ଧ ପିଇବା ପାଣି, ପରିବେଶ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ପରିମଳ, ଶିକ୍ଷା, ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଡିଏମଏଫ୍ ଅର୍ଥ ଖର୍ଚ୍ଚ ହେବ। ପ୍ରତି ଡିଏମଏଫ୍ ନିଜ ନିଜର ୱେବସାଇଟ୍ ରଖିବେ। ଏଥିରେ ଡିଏମଏଫ ସମ୍ପର୍କିତ ସମସ୍ତ ତଥ୍ୟ ରଖାଯିବ। ପ୍ରତିବର୍ଷ ଡିଏମଏଫ୍ ଆର୍ଥିକ କାରବାରର ଅଡିଟ୍ ହେବ। ସେହିପରି ବାର୍ଷିକ ଆର୍ଥିକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି। ଏ ନେଇ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଡିଏମ୍ଏଫ ଗଠନ ନେଇ ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହାକୁ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ। କେନ୍ଦ୍ରରୁ ଅର୍ଥ ମିଳିବା ପରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos