ଲାଞ୍ଜିଗଡ଼ ପ୍ଲାଣ୍ଟ୍ ବନ୍ଦ କରିବ ବେଦାନ୍ତ

ଭୁବନେଶ୍ୱର: ଲାଞ୍ଜିଗଡ଼ ପ୍ଲାଣ୍ଟ ବନ୍ଦ କରିବ ବେଦାନ୍ତ। ବକ୍ସାଇଟ୍ ଅଭାବକୁ ନେଇ କଂପାନି ଏହି ପ୍ଲାଣ୍ଟକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଲାଞ୍ଜିଗଡ଼ ବେଦାନ୍ତର ଚିଫ୍ ଅପରେଟିଂ ଅଫିସର କେ.କେ. ଦାଭେ ଏହି ସୂଚନା ଦେଇଛନ୍ତି। ଆଜି କଂପାନିର କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଦାଭେ ପ୍ଲାଣ୍ଟ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି। ବକ୍ସାଇଟ୍ ଅଭାବରୁ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ କଂପାନିକୁ ଦୈନିକ ୩ କୋଟି ଟଙ୍କା କ୍ଷତି ସହିବାକୁ ପଡୁଥିବା […]

Vedanta

Vedanta

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 04:04 PM IST

Vedantaଭୁବନେଶ୍ୱର: ଲାଞ୍ଜିଗଡ଼ ପ୍ଲାଣ୍ଟ ବନ୍ଦ କରିବ ବେଦାନ୍ତ। ବକ୍ସାଇଟ୍ ଅଭାବକୁ ନେଇ କଂପାନି ଏହି ପ୍ଲାଣ୍ଟକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଲାଞ୍ଜିଗଡ଼ ବେଦାନ୍ତର ଚିଫ୍ ଅପରେଟିଂ ଅଫିସର କେ.କେ. ଦାଭେ ଏହି ସୂଚନା ଦେଇଛନ୍ତି। ଆଜି କଂପାନିର କର୍ମଚାରୀମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଦାଭେ ପ୍ଲାଣ୍ଟ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି। ବକ୍ସାଇଟ୍ ଅଭାବରୁ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ କଂପାନିକୁ ଦୈନିକ ୩ କୋଟି ଟଙ୍କା କ୍ଷତି ସହିବାକୁ ପଡୁଥିବା ଦାଭେ କହିଛନ୍ତି। ସେହିପରି ବର୍ତ୍ତମାନ ଆର୍ଥିକ ବଜାରରେ ଲାଗି ରହିଥିବା ଅନିଶ୍ଚିତତା ନିକଟ ଭବିଷ୍ୟତରେ ସୁଧୁରିବା ଆଶା କମ୍ ଥିବାରୁ କଂପାନି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ଲାଣ୍ଟ  ବନ୍ଦ ହେବା ଦ୍ୱାରା ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ ଓ କର୍ପୋରେଟ୍ ସୋସିଆଲ ରେସପନସିବିଲିଟିରେ ବେଦାନ୍ତ ଚଳାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ତେବେ ପ୍ଲାଣ୍ଟକୁ ଚାଲୁ ରଖିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି।

ବେଦାନ୍ତର କର୍ପୋରେଟ୍ ଆଫାୟାର୍ସ ଏଭିପି ଅରୁଣ ଭଟ୍ଟ କହିଛନ୍ତି ଯେ ଯେମିତି ଏକ କଂପାନୀ ବନ୍ଦ ହେବା କଥା ସେହି ପ୍ରକ୍ରିୟାରେ ବେଦାନ୍ତ ବନ୍ଦ ହେବ।  ଆଜି କଂପାନୀର ସମସ୍ତ କର୍ମଚାରୀମାନଙ୍କୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। କଂପାନୀର ଆର୍ଥିକ ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ତେବେ କଂପାନୀ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos