ନୂଆଦିଲ୍ଲୀ: Lenovo କମ୍ପାନୀର ଏକ ନୂଆ ଲାପ୍ଟପ୍ ବୁଧବାର ଦିନ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହା ନାମ ହେଉଛି Lenovo IdeaPad 100S laptop। ଏହା ୧୪,୯୯୯ ଟଙ୍କା ଦରରେ ବଜାରରେ ଉପଲବ୍ଧ ହେଉଛି। ଏଥିରେ ଅପରେଟିଂ ସିଷ୍ଟମ ଭାବେ Windows 10 preloaded ରହିଛି।
Lenovo Indiaର Home and Small Businesses ନିର୍ଦ୍ଦେଶକ କହିଛନ୍ତି,“ IdeaPad 100S laptopର ଓଜନ ଖୁବକକ କମ୍। ଏହାକୁ ହାତରେ ଧରି କାର୍ଯ୍ୟ କରିହେବ। ଲୋକଙ୍କ ପକେଟକୁ ନ ବାଧିଲା ପରି ଦରରେ ଏହା ଉପଲବ୍ଧ। ଏହା ନିଶ୍ଚିତ ଭାବେ ଆଦୃତ ହେବ ବୋଲି ମୁଁ ଆଶା ରଖିଛି। ଏହା ଉଭୟ ଆମୋଦପ୍ରମୋଦ ଓ ବ୍ୟବସାୟ ପାଇଁ ବ୍ୟବହାର କରି ହେବ।”
ଏହି ଅଲ୍ଟ୍ରା ଥୀନ୍ ଲାପ୍ଟପ୍ ଟି ଆଇଏଫ୍ଏ ୨୦୧୫ରେ ଉନ୍ମୋଚିତ ହୋଇଥିଲା। ଏବେ ଏହା ଭାରତୀୟ ବଜାର ଓ ଇ-କମର୍ସ ସାଇଟ୍ରେ ଉପଲବ୍ଧ ହୋଇଛି। ଏହାର ଓଜନ ମାତ୍ର ୧ କେଜି, ଯାହାକୁ ନେଇ କାର୍ଯ୍ୟ କରିବା ସହଜ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।