‘ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉପଯୁକ୍ତ ସ୍ଥାନ’

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ଦିନରେ ଦେଶବିଦେଶର ଶିଳ୍ପପତି ଓ ଉଦ୍ୟୋଗୀମାନେ ଯୋଗଦେଇ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଥିବା ସୁଯୋଗକୁ ପ୍ରଶଂସା କରିଛନ୍ତି। ଏହାସହ ବହୁ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିବା ସହ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ ବୋଲି ମତ ପ୍ରକାଶ କରିଛନ୍ତି। ଏସାର୍‌ ଗ୍ରୁପ୍‌ ଚେୟାରମ୍ୟାନ୍‌ ଶଶି ରୁଇଆ କହିଛନ୍ତି,“ଲୁହାପଥର ଖଣି ନିଲାମ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଏଥିରୁ ରାଜ୍ୟ […]

conclave

conclave

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 10:46 PM IST

Sports

Latest News

conclaveଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ଦିନରେ ଦେଶବିଦେଶର ଶିଳ୍ପପତି ଓ ଉଦ୍ୟୋଗୀମାନେ ଯୋଗଦେଇ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଥିବା ସୁଯୋଗକୁ ପ୍ରଶଂସା କରିଛନ୍ତି। ଏହାସହ ବହୁ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିବା ସହ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ ବୋଲି ମତ ପ୍ରକାଶ କରିଛନ୍ତି।

ଏସାର୍‌ ଗ୍ରୁପ୍‌ ଚେୟାରମ୍ୟାନ୍‌ ଶଶି ରୁଇଆ କହିଛନ୍ତି,“ଲୁହାପଥର ଖଣି ନିଲାମ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଏଥିରୁ ରାଜ୍ୟ ସରକାରଙ୍କ ଶୀଘ୍ର କାମ କରିବାର ଆଗ୍ରହ ପ୍ରତିଫଳିତ ହେଉଛି।”

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାନୀ କହିଛନ୍ତି,“ଧାମରା ବନ୍ଦର ଓଡ଼ିଶାର ଅନ୍ୟତମ। ଏହାର ଆଖପାଖ ଅଞ୍ଚଳକୁ ଏସିଆର ଗେଟ୍‌ୱେରେ ପରିଣତ କରିବାକୁ ଆମେ ଯୋଜନା କରୁଛୁ। ଏହାଛଡ଼ା ପୂର୍ବ ଭାରତର ଓଡ଼ିଶା ହେଉଛି ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ।”

ଓଡ଼ିଶାରେ ଥିବା ସୁଯୋଗକୁ ଦୃଷ୍ଟିରେ ରଖି ଆଇଟିସି ଲିମିଟେଡ୍‌ ଏଠାରେ ଦୁଇଟି ପ୍ରକଳ୍ପରେ ୮୦୦ କୋଟି ଟଙ୍କା ନିବେଶ କରିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଇଟିସି ଲିମିଟେଡ୍‌ କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର ସଞ୍ଜୀବ ପୁରୀ।

ସେହିପରି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଚେୟାରମ୍ୟାନ୍‌ ସାଜ୍ଜନ ଜିନ୍ଦଲ କନ୍‌କ୍ଲେଭରେ ଯୋଗଦେଇ  ଓଡ଼ିଶାରେ ସିମେଣ୍ଟ କାରଖାନା କରିବା ସହିତ ଦକ୍ଷତା ବିକାଶରେ ପ୍ରମୁଖ ଭୂମିକା ନେବେ ବୋଲି କହିଛନ୍ତି।

ଏସ୍‌ଏମ୍‌ଏସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ମାର୍କ ଏ ହୋଫ୍‌ମ୍ୟାନ୍‌ କନ୍‌କ୍ଲେଭରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉନ୍ନତ ଭିତ୍ତିଭୂମି, ପଲିସି ଓ ଫ୍ରେମ୍‌ୱାର୍କ ରହିଛି ବୋଲି କହିଛନ୍ତି।

ଏସ୍‌ବିଆଇ ଚେୟାରମ୍ୟାନ୍‌ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କହିଛନ୍ତି,“ଓଡ଼ିଶାରେ ୩ଟି ଏମ୍‌ ଯଥା ମାଇନ୍ସ, ମିନେରାଲ୍ସ ଓ ମ୍ୟାନ୍‌ ପାୱାର ରହିଛି। ଏଥିରେ ଏସ୍‌ବିଆଇ ଚତୁର୍ଥ ଏମ୍‌ ବା ମନିକୁ ସାମିଲ କରିବା ପାଇଁ ଯୋଜନା କରୁଛି।”

ବେଦାନ୍ତ ରିସୋର୍ସେସ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ଅନୀଲ ଅଗ୍ରୱାଲଙ୍କ ମତରେ ଭାରତରେ ନିବେଶ କରିବା ଲାଗି ଓଡ଼ିଶା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ସେ କହିଛନ୍ତି,“ଏଠାରେ ରାଜନୈତିକ ସ୍ଥିରତା ସହ ଦୀର୍ଘ ବେଳାଭୂମି ରହିଛି। ଏଠାରେ ଆମେ ଆଲୁମିନିୟମ୍‌ ପାର୍କ ପ୍ରତିଷ୍ଠା କରିବୁ।”

ମେକ୍‌ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ଦିନରେ ଆଦାନୀ, ଜିନ୍ଦଲ, ଇମ୍ଫା, ଜେଏସ୍‌ଡବ୍ଲ୍ୟୁ, ଟାଟା, ବିର୍ଲା ଗ୍ରୁପ୍‌, ଫୋର୍ବସ ମାର୍ଶାଲ, ଏସାର ଗ୍ରୁପ୍‌, ହିନ୍ଦୁସ୍ତାନ କୋକାକୋଲା, ଆଇଟିସି ଭଳି ପ୍ରତିଷ୍ଠିତ କମ୍ପାନୀର ମାଲିକ ଓ ଅଧିକାରୀମାନେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story