ନବରଙ୍ଗପୁର: ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା ନିକଟରେ ଏକ ଇ-କର୍ଣ୍ଣର ଉଦଘାଟିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ରଶ୍ମିତା ପଣ୍ଡା। ଏହି ଇ-କର୍ଣ୍ଣର ଜରିଆରେ ଲୋକେ ଟଙ୍କା ଜମା କରିବା ତଥା ଉଠାଣ, ପାସବୁକ୍ ଅପଡେଟ୍ ଓ ଇଣ୍ଟରନେଟ୍ ବ୍ୟାଙ୍କି ଆଦିର ସୁବିଧା ୨୪ ଘଣ୍ଟା ଧରି ପାଇପାରିବେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶାଖା ପରିଚାଳକ ଏମ ଦୁର୍ଗାପ୍ରସାଦ ଓ ବିଭୁତି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।