ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, ୭ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବନି ଟଙ୍କା !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍ ଯୋଜନା ଜରିଆରେ ପ୍ରତିବର୍ଷ ମିଳୁଥିବା ୬ହଜାର ଟଙ୍କା ୭କୋଟି ଚାଷୀ ପାଇବେ ନାହିଁ । ୧୭ତମ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଯାଇଛି ତେଣୁ ଏହି ପଇସା ବର୍ତ୍ତମାନ ମିଳିବ ନାହିଁ ବୋଲି ଜଣାପଡ଼ିଛି । କାରଣ ପାଖାପାଖି ୭ କୋଟି ଚାଷୀ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ଯକ ପଞ୍ଜିକରଣ ଏବଂ ଭେରିଫିକେସନ କରିନାହାନ୍ତି । ନିର୍ବାଚନ କମିଶନଙ୍କ ଅନୁମତି ପରେ ଏହି […]

pm-kisan5-min

pm-kisan5-min

Subhransu Sekhar
  • Published: Saturday, 16 March 2019
  • Updated: 16 March 2019, 04:21 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍ ଯୋଜନା ଜରିଆରେ ପ୍ରତିବର୍ଷ ମିଳୁଥିବା ୬ହଜାର ଟଙ୍କା ୭କୋଟି ଚାଷୀ ପାଇବେ ନାହିଁ । ୧୭ତମ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଯାଇଛି ତେଣୁ ଏହି ପଇସା ବର୍ତ୍ତମାନ ମିଳିବ ନାହିଁ ବୋଲି ଜଣାପଡ଼ିଛି । କାରଣ ପାଖାପାଖି ୭ କୋଟି ଚାଷୀ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ଯକ ପଞ୍ଜିକରଣ ଏବଂ ଭେରିଫିକେସନ କରିନାହାନ୍ତି ।

ନିର୍ବାଚନ କମିଶନଙ୍କ ଅନୁମତି ପରେ ଏହି ୭ କୋଟି ଚାଷୀ ବର୍ତ୍ତମାନ ଟଙ୍କା ପାଇପାରିବେ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ତେବେ ପ୍ରଥମ ପର୍ଯ୍ଯାୟରେ ଏହି ଯୋଜନାରୁ ୪.୭୫ କୋଟି ଚାଷୀ ପଞ୍ଜିକୃତ କରିଛନ୍ତି । ପ୍ରଥମ ପର୍ଯ୍ଯାୟରେ ୨ ହଜାର ଟଙ୍କା ମିଳିସାରିବା ପରେ ଦ୍ବିତୀୟ ପର୍ଯ୍ଯାୟ ଟଙ୍କା ପଠାଇବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।

କେନ୍ଦ୍ର କୃଷି ରାଜ୍ଯ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଦେଶରେ ୧୨ କୋଟି ଚାଷୀ ଏହି ଯୋଜନାର ଲାଭ ପାଇବେ । ଏଥିପାଇଁ ୬ହଜାର କୋଟି ଟଙ୍କା କେନ୍ଦ୍ର ସରକାର ବ୍ଯବସ୍ଥା କରିଛନ୍ତି । ୨ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର କୋଟି ଟଙ୍କା ପଠାସରିଛି । ହେଲେ ଆଚରଣ ବିଧି ଲାଗୁ ହୋଇଥିବାରୁ ଟଙ୍କା ପଠାଇ ହେବ କି ନାହିଁ ସେ ନେଇ ନିର୍ବାଚନ କମିଶନଙ୍କୁ ଅନୁମତି ସରକାର ମାଗିଥିବା ମନ୍ତ୍ରୀ କହିଛନ୍ତି । ତେବେ ସାଢେ ୭ କୋଟି ଚାଷୀଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଚାଲିବ ଏଥିରେ କୌଣସି ପରିବର୍ତ୍ତନ ବା ଅଙ୍କୁଶ ନାହିଁ ବୋଲି ଏକ ଜାତୀୟ ଘରୋଇ ଗଣମାଧ୍ଯମକୁ ସ୍ପଷ୍ଟ କରିଛନ୍ତି ।

ଏପ୍ରିଲ ପହିଲାରେ ଦ୍ବିତୀୟ ପର୍ଯ୍ଯାୟ ଟଙ୍କା ପଠାଯିବ ବୋଲି ଜଣାପଡ଼ିଛି । ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ଯ ପ୍ରଥମ ପର୍ଯ୍ଯାୟ ହିତାଧିକାରୀଙ୍କୁ ଟଙ୍କା ପଠାଇବାରେ କୌଣସି ଆଚରଣ ବିଧି ଉଲ୍ଲଂଘନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ କେଉଁମାନେ ହିତାଧିକାରୀ ହୋଇପାରିବେ ସେ ନେଇ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରି ସାରିଛନ୍ତି । ୨ ହେକ୍ଟର ଅର୍ଥାତ୍ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ଏହି ସହାୟତା ମିଳିବ । ଓଡ଼ିଶାର ପ୍ରାୟ ୧୨ ଲକ୍ଷ ୪୫ ହଜାର କ୍ଷୁଦ୍ର ଓ ମଧ୍ଯମ ଧରଣର ଚାଷୀ ଉପକୃତ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos