‘ଦ୍ରୁତ ଗତିରେ ଉଭା ହେଉଥିବା ମାନୁଫାକ୍ଚରିଂ ହବ୍ ଭାବେ ପରିଗଣିତ ହେଉଛି ଓଡ଼ିଶା’

ନୂଆଦିଲ୍ଲୀ: ଓଡ଼ିଶା ବର୍ତ୍ତମାନ ଭାରତର ପୂର୍ବ ଉପକୂଳରେ ଦ୍ରୁତ ଗତିରେ ଉଭା ହେଉଥିବା ମାନୁଫାକ୍ଚରିଂ ହବ୍ ଭାବେ ପରିଗଣିତ ହେଉଛି। ଦେଶରେ ଏହା ଏକ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ମଧ୍ୟ ଗଣା ହେଉଛି। ଆଜି ଦିଲ୍ଲୀରେ ୨୫ଟି ଦେଶ ଓ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ଓ ବରିଷ୍ଠ କୂଟନୀତିଜ୍ଞଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜି ନିବେଶର ସମ୍ଭାବନା ଏବଂ ସୁଯୋଗ ସଂପର୍କରେ ସେମାନଙ୍କୁ […]

cmnaveen

cmnaveen

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 08:55 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା ବର୍ତ୍ତମାନ ଭାରତର ପୂର୍ବ ଉପକୂଳରେ ଦ୍ରୁତ ଗତିରେ ଉଭା ହେଉଥିବା ମାନୁଫାକ୍ଚରିଂ ହବ୍ ଭାବେ ପରିଗଣିତ ହେଉଛି। ଦେଶରେ ଏହା ଏକ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ମଧ୍ୟ ଗଣା ହେଉଛି। ଆଜି ଦିଲ୍ଲୀରେ ୨୫ଟି ଦେଶ ଓ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ଓ ବରିଷ୍ଠ କୂଟନୀତିଜ୍ଞଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜି ନିବେଶର ସମ୍ଭାବନା ଏବଂ ସୁଯୋଗ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ।

ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ନିଜ ଦେଶର ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସହ ଯୋଗ ଦେବା ଲାଗି ରାଷ୍ଟ୍ରଦୂତମାନଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ।

ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଭାବେ ନଭେମ୍ବର ୩୦ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଆୟୋଜନ କରୁଛନ୍ତି।

ଆଜିର ଆଲୋଚନା ବେଳେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ଓଡ଼ିଶାର ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos