ନୋକିଆ 1100 ଭଳି ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ତିଆରି କରିବ ଚୀନ କମ୍ପାନୀ

ମୁମ୍ବାଇ: ନୋକିଆ 1100 ଫୋନ୍ ମନେ ଅଛି ? ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହୋଇଥିବା ନୋକିଆ (N0kia 1100)କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେହିପରି ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଆସିବାର ଅଛି। ଯଦି ଆପଣମାନେ ଜାଣିନାହାନ୍ତି ଆପଣମାନଙ୍କୁ କହି ଦେଉଛୁ ଯେ ଏବେ ମାଇକ୍ରୋସଫ୍ଟ ଠାରୁ ନୋକିଆ ଅଲଗା ହୋଇଯାଇଛି ଏବଂ ଖୁବ୍‌ଶୀଘ୍ର ନିଜର ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବଜାରରେ ଛାଡ଼ିବ। ସୂଚନାଯୋଗ୍ୟ ଯେ ଚୀନର ସ୍ମାର୍ଟ ଫୋନ୍ କମ୍ପାନୀ Uhans ବିଶ୍ୱର ସବୁଠାରୁ ଲୋକପ୍ରିୟ ଫୋନ୍‌ର ସ୍ମୃତିରେ […]

nokia

nokia

Rakesh Mallick
  • Published: Friday, 05 August 2016
  • Updated: 05 August 2016, 10:10 PM IST

Sports

Latest News

nokiaମୁମ୍ବାଇ: ନୋକିଆ 1100 ଫୋନ୍ ମନେ ଅଛି ? ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହୋଇଥିବା ନୋକିଆ (N0kia 1100)କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେହିପରି ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ଆସିବାର ଅଛି। ଯଦି ଆପଣମାନେ ଜାଣିନାହାନ୍ତି ଆପଣମାନଙ୍କୁ କହି ଦେଉଛୁ ଯେ ଏବେ ମାଇକ୍ରୋସଫ୍ଟ ଠାରୁ ନୋକିଆ ଅଲଗା ହୋଇଯାଇଛି ଏବଂ ଖୁବ୍‌ଶୀଘ୍ର ନିଜର ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବଜାରରେ ଛାଡ଼ିବ।

ସୂଚନାଯୋଗ୍ୟ ଯେ ଚୀନର ସ୍ମାର୍ଟ ଫୋନ୍ କମ୍ପାନୀ Uhans ବିଶ୍ୱର ସବୁଠାରୁ ଲୋକପ୍ରିୟ ଫୋନ୍‌ର ସ୍ମୃତିରେ ଏକ ବିଶେଷ ଫୋନ୍ ବାହାର କରିବା ପାଇଁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଏହାକୁ A101 ନାମ ଦିଆଯାଇଛି ଏବଂ ଏହା କମ୍ପାନୀର ଚତୁର୍ଥ ସ୍ମାର୍ଟଫୋନ୍।

ଫୋନ୍ ଅରୀନାର ରିପୋର୍ଟ ଅନୁଯାୟୀ ଏଥିରେ ଆଣ୍ଡ୍ରୋଏଡ୍‌ର ନୂତନତମ ଭର୍ସନ ମାର୍ଶମ୍ୟାଲୋ ଦିଆଯିବ ଏବଂ ଏହାର ସ୍କ୍ରିନ୍ ୫ ଇଞ୍ଚର ହେବ। ଏଥିରେ ମିଡିଆଟେକ କ୍ୱାଡକୋର ପ୍ରୋସେସର ରହିବ ଏବଂ ଏହାର ଦାମ୍ ପ୍ରାୟ ୫,୦୦୦ ଟଙ୍କା ହୋଇପାରେ।

ନୋକିଆ ଏବଂ ବିଶେଷ କରି ନୋକିଆ 1100 ସହ ଯେ ପୂରା ବିଶ୍ୱର ଲୋକଙ୍କ ସ୍ମୃତି ଯୋଡ଼ି ହୋଇଛି ଏକଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। କିନ୍ତୁ ନୋକିଆ 1100 ଢାଞ୍ଚାରେ ତିଆରି ହୋଇଥିବା ଏହି ଆଣ୍ଡ୍ରୋଏଡ୍ ସ୍ମାର୍ଟ ଫୋନ୍ ଲୋକମାନଙ୍କୁ କେତେ ପରିମାଣରେ ଆକର୍ଷିତ କରିବ ଏହା କହିବା କଷ୍ଟକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos