ଓଡିଶାରେ ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ସୀତାରମଣଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ର ସରକାରଙ୍କର ଇଣ୍ଡଷ୍ଟ୍ରିଆଲ କରିଡର ଯୋଜନାରେ ସାମିଲ କରିବା ପାଇଁ ଶିଳ୍ପ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠିରେ ଅନୁରୋଧ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଲେଖିଥିବା ନିଜ ଚିଠିରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡିଶାର ଥିବା ପ୍ରାକୃତିକ ସମ୍ପଦ, ପ୍ରଚୁର ମାନବ ସମ୍ବଳର ପ୍ରକୃତ ଉପଯୋଗ କରି ରାଜ୍ୟକୁ ଆର୍ଥିକ ପ୍ରଗତିର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଏକ ଅତ୍ୟାଧୁନିକ ଇଣ୍ଡଷ୍ଟ୍ରିଆଲ କରିଡର […]

Dharmendra-Pradhan

Dharmendra-Pradhan

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 03:57 PM IST

Sports

Latest News

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ର ସରକାରଙ୍କର ଇଣ୍ଡଷ୍ଟ୍ରିଆଲ କରିଡର ଯୋଜନାରେ ସାମିଲ କରିବା ପାଇଁ ଶିଳ୍ପ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠିରେ ଅନୁରୋଧ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଲେଖିଥିବା ନିଜ ଚିଠିରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡିଶାର ଥିବା ପ୍ରାକୃତିକ ସମ୍ପଦ, ପ୍ରଚୁର ମାନବ ସମ୍ବଳର ପ୍ରକୃତ ଉପଯୋଗ କରି ରାଜ୍ୟକୁ ଆର୍ଥିକ ପ୍ରଗତିର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଏକ ଅତ୍ୟାଧୁନିକ ଇଣ୍ଡଷ୍ଟ୍ରିଆଲ କରିଡର ଅତ୍ୟନ୍ତ ଜରୁରୀ।

ଧର୍ମେନ୍ଦ୍ର ତାଙ୍କ ପତ୍ରରେ ସୀତାରମଣଙ୍କୁ ଅନୁରୋଧ କରି ଲେଖିଛନ୍ତି ଯେ, ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ କୋଲକାତା-ଚେନ୍ନାଇ-ଟୁଟିକୋରିନ୍‌ ଇଷ୍ଟ କୋଷ୍ଟ ଇକେନୋମିକ କରିଡରର ଅଂଶ ଭାବେ ବିଶାଖପାଟଣମ୍‌-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା ପାଇଁ କରିବାକୁ ସ୍ଥିର ହୋଇଛି। ତେଣୁ ଏହି ପ୍ରକଳ୍ପ ସହ ଓଡିଶାର ଇଣ୍ଡଷ୍ଟ୍ରିଆଲ କରିଡର କାର୍ଯ୍ୟ ଏକ ସଙ୍ଗରେ ଆରମ୍ଭ କରାଯାଉ। ଓଡିଶାରେ ରାଷ୍ଟ୍ରୀୟ ରାଜପଥର ବେଶ୍‌ ବିକାଶିତ ବୋଲି ଦର୍ଶାଇଛନ୍ତି ଧର୍ମେନ୍ଦ୍ର ।

ଏହାସହ ୨୦୧୬-୧୭ ରେଳ ବଜେଟରେ ଦୁଇଟି ସ୍ୱତନ୍ତ୍ର ମାଲ ପରିବହନ କରିଡର ଓଡିଶା ଦେଇ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ନୂଆ ଇଣ୍ଡଷ୍ଟ୍ରିଆଲ କରିଡରର ଯୋଜନା ରାଜ୍ୟର ବର୍ତମାନ ଓ ନିର୍ମାଣାଧୀନ ଭିତ୍ତିଭୂମି ସହିତ ତାଳ ଦେଇ ପ୍ରସ୍ତୁତ କରିବା ପାଇଁ ସେ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି ।

ଦେଶର ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଉଥିବା ଦୃଷ୍ଟିରୁ ଓଡିଶାର ଏହି ଇଣ୍ଡଷ୍ଟ୍ରିଆଲ କରିଡରର ଯୋଜନା ଓ କ୍ରିୟାନ୍ୱୟନ ତୁରନ୍ତ ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos