ରୁପି ସଂକେତ ଥାଇ ଆସିବ ନୂଆ ହଜାର ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ବଜାରକୁ ଛାଡ଼ିବ ନୂଆ ଏକ ହଜାର ଟଙ୍କିଆ ନୋଟ୍। ମହାତ୍ମା ଗାନ୍ଧୀ ସିରିଜ-୨୦୧୫ ସିରିଜର ଏହି ୧୦୦୦ ଟଙ୍କିଆ ନୋଟରେ ଏକ ନୂଆ ଜିନିଷ ଦେଖିବାକୁ ମିଳିବ। ଏହି ନୋଟରେ ରହିବ ରୁପିର ସଂକେତ। ତେବେ ଏହା ପୂର୍ବରୁ ବ୍ୟାଙ୍କ ଛାଡ଼ି ଥିବା ସମସ୍ତ ୧୦୦୦ ଟଙ୍କିଆ ନୋଟର ବୈଧତା ବଜାୟ ରହିବ।