ହ୍ୟାଚବ୍ୟାକ କାର ଆଣିବ ଟାଟା ମୋଟର୍ସ, ହ୍ୟୁଣ୍ଡାଇକୁ ଦେବ ଟକ୍କର

ନୂଆଦିଲ୍ଲୀ: ଟାଟା ଟିଆଗୋ, ଟାଟା ନେକ୍ସନ ପରେ ସମସ୍ତ ଗ୍ରାହକଙ୍କୁ ସୁହାଇଲା ଭଳି ହ୍ୟାଚବ୍ୟାକ କାର ଆଣିବାକୁ ଯାଉଛି ଟାଟା ମୋଟର୍ସ କମ୍ପାନୀ। ବଜାରରେ ଟାଟା ଇଣ୍ଡିକା ଏବଂ ନାନୋ କାର ଜରିଆରେ ପ୍ରବେଶ କରିଥିବା ଏହି ଭାରତୀୟ ଅଟୋମୋବାଇଲ କମ୍ପାନୀ ହ୍ୟାଚବ୍ୟାକ କାର ମାର୍କେଟରେ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି। ଟାଟା କମ୍ପାନୀ ଦୁଇଟି ଭର୍ସନରେ ଏହି କାର ଆଣିବାକୁ ଯୋଜନା କରିଛି। ପ୍ରଥମଟି ଆଲଫା ଏବଂ ଦ୍ଵିତୀୟଟି ଓମେଗା ଭର୍ସନ ରହିଛି। […]

TATA

TATA

Subhransu Sekhar
  • Published: Monday, 18 March 2019
  • Updated: 18 March 2019, 05:32 PM IST

Sports

Latest News

ନୂଆଦିଲ୍ଲୀ: ଟାଟା ଟିଆଗୋ, ଟାଟା ନେକ୍ସନ ପରେ ସମସ୍ତ ଗ୍ରାହକଙ୍କୁ ସୁହାଇଲା ଭଳି ହ୍ୟାଚବ୍ୟାକ କାର ଆଣିବାକୁ ଯାଉଛି ଟାଟା ମୋଟର୍ସ କମ୍ପାନୀ। ବଜାରରେ ଟାଟା ଇଣ୍ଡିକା ଏବଂ ନାନୋ କାର ଜରିଆରେ ପ୍ରବେଶ କରିଥିବା ଏହି ଭାରତୀୟ ଅଟୋମୋବାଇଲ କମ୍ପାନୀ ହ୍ୟାଚବ୍ୟାକ କାର ମାର୍କେଟରେ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି।

ଟାଟା କମ୍ପାନୀ ଦୁଇଟି ଭର୍ସନରେ ଏହି କାର ଆଣିବାକୁ ଯୋଜନା କରିଛି। ପ୍ରଥମଟି ଆଲଫା ଏବଂ ଦ୍ଵିତୀୟଟି ଓମେଗା ଭର୍ସନ ରହିଛି।

ବର୍ତ୍ତମାନ ବଜାରରେ ଟାଟାର ଟିଆଗୋ ଓ ଟିଗୋର କାର ରହିଛି। ଏହାକୁ ସମ୍ମୁଖ ଭାଗକୁ ପରିବର୍ଦ୍ଧିତ କରି ଆଲଫା ପ୍ୟାଟର୍ଣ୍ଣର କରିପାରନ୍ତି। ଆଲଫା ପ୍ୟାଟର୍ଣ୍ଣରେ ଆସିବାକୁ ଥିବା ହ୍ୟାଚବ୍ୟାକ କାର ସବୁ ବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ହୋଇଥିବାବେଳେ ଓମେଗା ଭର୍ସନର କାର ଗୁଡ଼ିକ ଧନୀ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି।

ବଜାରରେ ଛୋଟ କାର ଭିତରେ ମାରୁତି ସୁଜୁକିର ଆଲ୍ଟୋ, ସେଲେରିଓ, ରେନୋର କ୍ୱିଡ, ଡ୍ୟାଟସନ ରେଡ଼ିଗୋ ଭଳି କାରର ବଜାରରେ ଚାହିଦା ଥିବାବେଳେ ହ୍ୟୁଣ୍ଡାଇ ସାଣ୍ଟ୍ରୋ ମଧ୍ୟ ନୂଆକରି ବଜାରରେ ପୁଣି ପ୍ରବେଶ କରିଛି। ତେବେ ଟାଟା ଆଲଫା ପ୍ୟାଟର୍ଣ୍ଣର କାର ନିର୍ମାଣ ପାଇଁ ଗୁଜରାଟର ସାନନ୍ଦ ୟୁନିଟରେ ପ୍ରକ୍ରିୟା ଆରମ୍ଭ କରି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos