ଆରମ୍ଭ ହେଲା Vivo S1ର ପ୍ରି-ବୁକିଂ, ଅଗଷ୍ଟ ୭ରେ ହେବ ଲଞ୍ଚ୍

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା ‘ଭିଭୋ’ ଆସନ୍ତା ସପ୍ତାହରେ ଏହାର ଏକ ନୂଆ ମଡେଲ୍‌ Vivo S1 ଲଞ୍ଚ୍ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ ଏହାର ଲଞ୍ଚ୍‌ ପାଇଁ ଏକ ବିରାଟ ଇଭେଣ୍ଟର ମଧ୍ୟ ଆୟୋଜନ କରାଯାଇଛି। ଏହି ସ୍ମାର୍ଟଫୋନ୍‌ର ଦାମ୍ ଜଣାପଡ଼ି ନଥିବା ବେଳେ କମ୍ପାନୀ ଏହାର ପ୍ରି ବୁକିଂ ଆରମ୍ଭ କରିଦେଇଛି। କମ୍ପାନୀ ଆଜିଠୁ ଏହାର ଅଫ୍‌ଲାଇନ୍‌ ପ୍ରି-ବୁକିଂ ଆରମ୍ଭ କରିଛି, ଯାହା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ […]

vivo

vivo

Chinmayee Roy
  • Published: Saturday, 03 August 2019
  • Updated: 03 August 2019, 12:53 PM IST

Sports

Latest News

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା ‘ଭିଭୋ’ ଆସନ୍ତା ସପ୍ତାହରେ ଏହାର ଏକ ନୂଆ ମଡେଲ୍‌ Vivo S1 ଲଞ୍ଚ୍ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ ଏହାର ଲଞ୍ଚ୍‌ ପାଇଁ ଏକ ବିରାଟ ଇଭେଣ୍ଟର ମଧ୍ୟ ଆୟୋଜନ କରାଯାଇଛି। ଏହି ସ୍ମାର୍ଟଫୋନ୍‌ର ଦାମ୍ ଜଣାପଡ଼ି ନଥିବା ବେଳେ କମ୍ପାନୀ ଏହାର ପ୍ରି ବୁକିଂ ଆରମ୍ଭ କରିଦେଇଛି।

କମ୍ପାନୀ ଆଜିଠୁ ଏହାର ଅଫ୍‌ଲାଇନ୍‌ ପ୍ରି-ବୁକିଂ ଆରମ୍ଭ କରିଛି, ଯାହା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ ୨ହଜାର ଟଙ୍କାର ଡାଉନ୍‌ ପେମେଣ୍ଟ ଦେବାକୁ ପଡ଼ିବ। ଆଉ ବାକି ଟଙ୍କା ଗ୍ରାହକ ଏହି ଫୋନ୍‌ ଲଞ୍ଚ୍‌ ହେବା ପରେ ଦେଇପାରିବେ। ମିଳିଥିବା ସୂଚନା ଅନୁଯାୟୀ, Vivo S1ର ମୂଲ୍ୟ ପାଖାପାଖି ୧୭ ହଜାର ୯୯୦ ଟଙ୍କା ହୋଇପାରେ।

ତେବେ ଏହି ଫୋନ୍‌ ପାଇଁ ଅନ୍‌ଲାଇନ୍‌ ପ୍ରି-ବୁକିଂ କେବେ ଆରମ୍ଭ ହେବ, ସେ ବିଷୟରେ କିଛି ସୂଚନା ନାହିଁ। କୁହାଯାଉଛି, ଅଗଷ୍ଟ ୭ ତାରିଖ ସନ୍ଧ୍ୟା ୬ଟା ପରଠୁ ଏହା ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ସୂଚନା ଅନୁଯାୟୀ, ଭାରତରେ Vivo S1ର ୬ଜିବି ରାମ୍ ଓ ୧୨୮ ଜିବି ମେମୋରି ଏବଂ ୪ଜିବି ରାମ୍‌ ଓ ୧୨୮ ଜିବି ମୋମୋରି ସହ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ୍ ହେବ। Vivo S1ରେ ଟ୍ରିପଲ୍ ରିୟର କ୍ୟାମେରା ସହ ଅଣ୍ଡର ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର୍‌ ଓ ଡଟ୍‌ ନଚ୍‌ ମଧ୍ୟ ଦିଆଯାଇଥିବା କୁହାଯାଉଛି।

‘ଭିଭୋ’ ଭାରତରେ ନିଜର ‘S ସିରିଜ୍‌’କୁ ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ଯୋଜନା ରଖିଛି। ନିକଟରେ କମ୍ପାନୀ ନିଜର ‘Z ସିରିଜ୍’ ମଧ୍ୟ ଲଞ୍ଚ କରିସାରିଛି। Vivo Z1 Proର ମୂଲ୍ୟ ୧୪ ହଜାର ୯୯୦ ଟଙ୍କାରୁ ଆରମ୍ଭ ହେଉଛି। ଭାରତରେ ଏହି ଫୋନ୍‌କୁ ଗ୍ରାହକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos