ଲଣ୍ଡନ: ପଶ୍ଚିମବଙ୍ଗରେ ନୂଆ ଛୋଟକାର ନିର୍ମାଣ କରିବା ପାଇଁ କାପାରୋ ସୁପ୍ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶିଳ୍ପପତି ଲର୍ଡ ସ୍ୱରାଜ ପାଉଲ। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଲଣ୍ଡନରେ ଗତକାଲି ଦୁହିଁଙ୍କ ମଧ୍ୟରେ ହୋଇଥିବା ଏକ ଅଣଅନୁଷ୍ଠାନନିକ ବୈଠକରେ ଏହି ପ୍ରତିଶ୍ରୁତି ଦେଇଥିଲେ ପାଉଲ। ସେ କହିଥିଲେ, ପ୍ରସ୍ତାବିତ ଏହି କାରର ଡିଜାଇନ ତିଆରି ଚାଲିଛି। ଏହା କାପାରୋ-୧ ଠାରୁ ମଧ୍ୟ କ୍ଷୁଦ୍ର ଓ ସସ୍ତା ହେବ। ଆଉ ଏହାର ଉତ୍ପାଦନ ପଶ୍ଚିମବଙ୍ଗରେ ହିଁ ହେବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।