ଘୁଷୁରୀ ଓ ଗୋ'ମାଂସ ଡେଲିଭରୀ କରୁଥିବା ଅଭିଯୋଗର ଜବାବ ରଖିଲା ଜମାଟୋ

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀ ନାମରେ ‘ଜମାଟୋ’ ଘୁଷୁରୀ ଏବଂ ଗୋ’ ମାଂସରେ ପ୍ରସ୍ତୁତ ଖାଦ୍ୟ ଜୋର ଜବଦରସ୍ତି ଡେଲିଭରୀ ବୟଙ୍କ ହାତରେ ପଠାଉଥିବା ଅଭିଯୋଗ ସମ୍ପର୍କରେ ଜମାଟୋ କମ୍ପାନୀ ଜବାବ ରଖିଛି। କମ୍ପାନୀ କହିଛି ଭାରତ ଭଳି ବିବିଧତାପୂର୍ଣ୍ଣ ରାଷ୍ଟ୍ରରେ ଧର୍ମ ଓ ପରମ୍ପରା ଅନୁଯାୟୀ ଶାକାହାରୀ ଏବଂ ମାଂସାହାରୀ ଡେଲିଭରୀ ବୟଙ୍କୁ ଚିହ୍ନଟ କରିବା ଅସମ୍ଭବ ବ୍ୟାପାର। ତଥାପି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କମ୍ପାନୀ କରିବ ବୋଲି କହିଛି। ସୂଚନାଯୋଗ୍ୟ, ଗତକାଲି କୋଲକାତାରେ ଜମାଟୋ […]

ZOMATTO EMPLOYEE STRIKE

ZOMATTO EMPLOYEE STRIKE

Subhransu Sekhar
  • Published: Monday, 12 August 2019
  • Updated: 12 August 2019, 02:48 PM IST

Sports

Latest News

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀ ନାମରେ ‘ଜମାଟୋ’ ଘୁଷୁରୀ ଏବଂ ଗୋ' ମାଂସରେ ପ୍ରସ୍ତୁତ ଖାଦ୍ୟ ଜୋର ଜବଦରସ୍ତି ଡେଲିଭରୀ ବୟଙ୍କ ହାତରେ ପଠାଉଥିବା ଅଭିଯୋଗ ସମ୍ପର୍କରେ ଜମାଟୋ କମ୍ପାନୀ ଜବାବ ରଖିଛି। କମ୍ପାନୀ କହିଛି ଭାରତ ଭଳି ବିବିଧତାପୂର୍ଣ୍ଣ ରାଷ୍ଟ୍ରରେ ଧର୍ମ ଓ ପରମ୍ପରା ଅନୁଯାୟୀ ଶାକାହାରୀ ଏବଂ ମାଂସାହାରୀ ଡେଲିଭରୀ ବୟଙ୍କୁ ଚିହ୍ନଟ କରିବା ଅସମ୍ଭବ ବ୍ୟାପାର। ତଥାପି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କମ୍ପାନୀ କରିବ ବୋଲି କହିଛି।

ସୂଚନାଯୋଗ୍ୟ, ଗତକାଲି କୋଲକାତାରେ ଜମାଟୋ କମ୍ପାନୀର କର୍ମଚାରୀ ଅଭିଯୋଗ କରିଥିଲେ ଯେ କମ୍ପାନୀ ଜୋର ଜବରଦସ୍ତି ଘୁଷୁରୀ ଏବଂ ଗାଈ ମାଂସ ସେମାନଙ୍କ ହାତରେ ଡେଲିଭରୀ କରାଉଛି। ଏହା ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି। ତେଣୁ ଏହାର ପ୍ରତିବାଦରେ ଧାରଣାରେ ବସିବା ପାଇଁ ସେମାନେ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos