ଗୋ ସେବା ନିଶାରେ ଯୁବକ

ଗୋ ସେବାରେ ନିଜକୁ ସମର୍ପି ଦେଇଛନ୍ତି । ପରିବାର ଲୋକଙ୍କୁ ପଛକୁ କରି ସବୁ ବେଳେ ନିଜକୁ ପ୍ରସ୍ତୁତ କରିଥାଆନ୍ତି ଗୋ ସେବା ପାଇଁ । ସେ ଆଷାଢରେ ବର୍ଷା ହେଉ କି ବୈଶାଖ ପ୍ରଚଣ୍ଡ ଖରା କିମ୍ବା ମାଘ ମାସର ବାଘ ଭଳି ଶୀତକୁ ଖାତିରି ନକରି ରାତି ଦିନ ଏକ କରି ଲାଗି ପଡନ୍ତି ଗୋ ସେବା ପାଇଁ । ଦୁର୍ଘଟଣା ଗ୍ରସ୍ତ ଗାଈ ଗୋରୁ କିମ୍ବା ଅସୁସ୍ଥ ଗାଈ ଗୋରୁ ଖବର ତାଙ୍କର କାନରେ ବାଜିଲେ ନିଜକୁ ସ୍ଥିର କରି ପାରନ୍ତି ନାହିଁ । ଭୋରୁ କିମ୍ବା ଅନ୍ଧକାରର ରାତି ସବୁ ବେଳେ ଆଗକୁ ମାଡି ଆସନ୍ତି ଏହି ଗୋମାତାଙ୍କ ସେବା ପାଇଁ ।