ରାଜ୍ୟରେ ଚିହ୍ନଟ ହେଲେ ୪୨୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧,୭୫୨ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରେ ୨୧୯ ଜଣ,  ଝାରସୁଗୁଡ଼ାରେ ୨୦୫, ଯାଜପୁରରେ ୨୦୧ […]

vaccine-3

Niharika Rout
  • Published: Wednesday, 23 September 2020
  • , Updated: 23 September 2020, 11:13 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧,୭୫୨ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ପୁରୀରେ ୨୧୯ ଜଣ,  ଝାରସୁଗୁଡ଼ାରେ ୨୦୫, ଯାଜପୁରରେ ୨୦୧ ଓ ଜଗତସିଂହପୁରରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ରେ ପହଞ୍ଚିଥିବା ବେଳେ ୧,୫୩,୨୧୩ ସୁସ୍ଥ ହୋଇସାରିଛନ୍ତି। ୩୮,୫୪୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬ରେ ପହଞ୍ଚିଛି।

Related story