Advertisment

୧୦ ହଜାର ଟଙ୍କା ଚୋରି ହୋଇଥିଲା, ପୁଲିସ ଫେରାଇଲା ୨୬ ଲକ୍ଷ

ଚୋରଙ୍କଠାରୁ ପୁଲିସ ଜବତ କରିଥିଲା ନଗଦ ୨୬ ଲକ୍ଷ ଟଙ୍କା ଓ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍। ତେଣୁ ପ୍ରଶ୍ନ ଉଠୁଛି ହାଡ଼ିବନ୍ଧୁଙ୍କ ଘରୁ ପ୍ରକୃତରେ କେତେ ଟଙ୍କା ହୋଇଥିଲା ଚୋରି? କାହିଁକି ଏତଲାରେ ସତ ଲୁଚାଲେ ହାଡିବନ୍ଧୁ?

BBSR

Crime

Advertisment

୧୦ ହଜାର ଟଙ୍କା ଚୋରି ନେଇ ଅଭିଯୋଗ ହୋଇଥିଲା। ହେଲେ କମିଶନରେଟ୍‌ ପୁଲିସ ଫେରାଇଲା ୨୬ ଲକ୍ଷ ଟଙ୍କା। ୪ ଚୋରଙ୍କୁ ମଧ୍ୟ ଗିରଫ କରିଥିଲାଲେ। ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଅଭିଯୋଗ। ଖଣ୍ଡଗିରି ଥାନା ପୁଲିସ୍‌ ୪ ଚୋରଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଜବତ କରିଛି।

Advertisment

ଖଣ୍ଡଗିରି ପ୍ରକୃତି ବିହାରରେ ରହୁଛନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହାଡ଼ିବନ୍ଧୁ ବେହେରା। ଗତ ୧୬ ତାରିଖରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ, ତାଙ୍କ ପରିବାର କୌଣସି ବାହାରକୁ ଯାଇଥିଲେ। ଏହା ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ୧୦ ହଜାର କ୍ୟାସ୍‌ ସହ କିଛି ସୁନା ଅଳଙ୍କାର ଲୁଟି ନେଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ପେଶାରେ ରଙ୍ଗ ମିସ୍ତ୍ରୀ। ଘରକୁ ଘର ବୁଲି ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଆଉ ସମୟ ସୁବିଧା ଦେଖି ଘରେ କଳାକନା ବୁଲାଉଥିଲେ ବୋଲି କମିଶନରେଟ୍‌ ପୁଲିସ୍‌ କହିଛି।

ହେଲେ ଆଶ୍ଚର୍ଯ୍ୟର କଥା, ଚୋରଙ୍କଠାରୁ ପୁଲିସ ଜବତ କରିଥିଲା ନଗଦ ୨୬ ଲକ୍ଷ ଟଙ୍କା ଓ ୧୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍। ତେଣୁ ପ୍ରଶ୍ନ ଉଠୁଛି ହାଡ଼ିବନ୍ଧୁଙ୍କ ଘରୁ ପ୍ରକୃତରେ କେତେ ଟଙ୍କା ହୋଇଥିଲା ଚୋରି? କାହିଁକି ଏତଲାରେ ସତ ଲୁଚାଲେ ହାଡିବନ୍ଧୁ? ପୁଲିସ ବାସ୍ତବରେ ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି ଜାଣିଥିଲା ନା ନାହିଁ ? ଯଦି ୧୦ ହଜାର ଟଙ୍କାର ଏତଲା ହୋଇଥିଲା, ତାହାହେଲେ ପୁଲିସ କେମିତି ଅଭିଯୋଗକାରୀଙ୍କୁ ଫେରାଇଲା ୨୬ ଲକ୍ଷ?

Advertisment

ସେପଟେ ଏହି ଚୋରି ମାମଲାରେ ସାମ୍ନାକୁ ଆସିଛି ଚୋରର ସଇତାନ ଦିମାଗ୍। ୪୦ ଲକ୍ଷ ଟଙ୍କା ଚୋରି କରିବା ପରେ ୪ ଜଣ ଚୋରଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଭାଟ ବଣ୍ଟା ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଅଧିର ଓଝା ନାମକ ଜଣେ ଅଭିଯୁକ୍ତ ନିଜ ଭାଗ ଚୋରି ଟଙ୍କାକୁ ନେଇ ପୋଷ୍ଟ ଅଫିସରେ ବର୍ଷକ ପାଇଁ ଫିକ୍ସ ଡିପୋଜିଟ୍ କରିଦେଇଥିଲା। ଚୋରର ଏଭଳି କାରନାମା ଦେଖି ପୁଲିସ ମୁଣ୍ଡରେ ହାତ ଦେଇଛି। ଚୋରି ଟଙ୍କା ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ଫିକ୍ସ ଡିପୋଜିଟ ଥିବାରୁ ଏହାକୁ ତୁରନ୍ତ ଅସୁଲ କରିପାରୁ ନାହିଁ।

ଚୋର ଚୋରି କରିବା ଧରା ପଡିଲା। ହେଲେ ଅଭିଯୋଗକାରୀ ଟଙ୍କା ତଥ୍ୟ କାହିଁକି ଲୁଚାଇଲେ ? ଅଭିଯୋଗକାରୀ ଏତେ ଟଙ୍କାର ନଗଦ ରାଶି ଘରେ କାହିଁକି ରଖିଥିଲେ? ଘରୁ ଚୋରି ହୋଇଥିବା ଟଙ୍କା କଳା ଟଙ୍କା ନୁହେଁ ତ? ଏ ସବୁ ଦିଗ ଉପରେ ପୁଲିସ ତଦନ୍ତ କରିବ କି?

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe