୧୪ ସିଲିଣ୍ଡର ଜବତ, ୧୧ ଜଣଙ୍କ ନାଁରେ ମାମଲା ରୁଜୁ

ଫୁଲବାଣୀ: ଫୁଲବାଣୀ ସହରରେ ଅବୈଧ ଗ୍ୟାସ୍ ବ୍ୟବହାର କରୁଥିବା ବିଭିନ୍ନ ହୋଟେଲ୍ ଓ ଦୋକାନ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ଟି ସିଲିଣ୍ଡର ଜବତ କରାଯାଇଛି। ଏହା ସହିତ ଅତ୍ୟାବଶ୍ୟକ ସେବା ଆଇନ ଉଲ୍ଲଂଘନ ଅଭିଯୋଗରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଦୀର୍ଘ ଦିନ ଧରି ସହରର ବିଭିନ୍ନ ଚା’ ଦୋକାନ ଓ ହୋଟେଲ୍ ଗୁଡ଼ିକରେ କମର୍ସିଆଲ୍ ଜାଳେଣି ଗ୍ୟାସ୍ ସିଲିଣ୍ଡର ବଦଳରେ ଘରୋଇ ସିଲିଣ୍ଡର ବ୍ୟବହାର କରାଯାଉଥିବା ସୂଚନା ପାଇ […]

gas

gas

Rakesh Mallick
  • Published: Friday, 27 January 2017
  • Updated: 27 January 2017, 06:47 PM IST

Sports

Latest News

ଫୁଲବାଣୀ: ଫୁଲବାଣୀ ସହରରେ ଅବୈଧ ଗ୍ୟାସ୍ ବ୍ୟବହାର କରୁଥିବା ବିଭିନ୍ନ ହୋଟେଲ୍ ଓ ଦୋକାନ ଉପରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ଟି ସିଲିଣ୍ଡର ଜବତ କରାଯାଇଛି। ଏହା ସହିତ ଅତ୍ୟାବଶ୍ୟକ ସେବା ଆଇନ ଉଲ୍ଲଂଘନ ଅଭିଯୋଗରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଦୀର୍ଘ ଦିନ ଧରି ସହରର ବିଭିନ୍ନ ଚା’ ଦୋକାନ ଓ ହୋଟେଲ୍ ଗୁଡ଼ିକରେ କମର୍ସିଆଲ୍ ଜାଳେଣି ଗ୍ୟାସ୍ ସିଲିଣ୍ଡର ବଦଳରେ ଘରୋଇ ସିଲିଣ୍ଡର ବ୍ୟବହାର କରାଯାଉଥିବା ସୂଚନା ପାଇ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏଥିରେ ଅବୈଧ ଗ୍ୟାସ୍ ସଂଯୋଗ କରିଥିବା ଦୋକାନ ମାଲିକଙ୍କ ବିରୋଧରେ ଧାରା ୩ ଓ ୪ରେ ମାମଲା ରୁଜୁ କରାଯାଇଛି। ଆଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚଢ଼ାଉ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos