କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଆଜି ଦୁଇ ଜଣ କୁଖ୍ୟାତ ଡ଼କାୟତଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ରିଷ୍ଣା ରେଡ୍ଡୀ ଓ ସେକ୍ ଆଲାମିନ। କ୍ରିଷ୍ଣାର ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ଆଲାମିନର ଘର ପଶ୍ଚିମବଙ୍ଗରେ।
ଗତକାଲି ରାତିରେ ତିନି ଜଣ ଡ଼କାୟତ ବାଇକରେ ଯାଉଥିବା ସମ୍ପର୍କରେ ପାଟ୍ରୋଲିଂ କରୁଥିବା ପୋଲିସ୍ ଜାଣିପାରି ଅପର୍ଣ୍ଣାନଗର ଅଞ୍ଚଳରୁ ସେମାନଙ୍କୁ ପିଛା କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ୍କୁ ଚକ୍ମା ଦେଇ ଖସିଯାଇଥିବା ବେଳେ ଦୁଇ ଜଣ ଡକାୟତ ଧରାପଡ଼ିଥିଲେ।
କ୍ରିଷ୍ଣା ନାମରେ ବିଭିନ୍ନ ଥାନାରେ ମୋଟ ୨୦ଟି ମାମଲା ଥିବା ବେଳେ ଆଲାମିନ ନାମରେ ୧୫ ଟି ମାମଲା ରହିଛି। ଏମାନଙ୍କଠାରୁ ପୋଲିସ୍ ଗୋଟିଏ ମୋଟର ସାଇକେଲ ଓ ୧୭ ହଜାର ଟଙ୍କା ଜବତ କରିଛି। ଏମାନେ ଜେଲରୁ ଆସିବା ପରେ ଅପରାଧ ଘଟାଉଥିଲେ ବୋଲି କମିଶନରେଟ ପୋଲିସ ପ୍ରକାଶ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।