୩ ସିନ୍ଧି ଚୋର ଗିରଫ: ସୁନା ଓ ବିଦେଶୀ ମୁଦ୍ରା ଜବତ

ଭୁବନେଶ୍ୱର: ରାଜଧାନୀରୁ ୩ ଜଣ ସିନ୍ଧି ଚୋରଙ୍କୁ ଆଜି ପୋଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫୦ ଗ୍ରାମରୁ ଅଧିକ ଓଜନର ସୁନା ଓ ୧୦୦ଟି ବିଦେଶୀ ମୁଦ୍ରା ସହ ଏକ ଅଟୋ ଜବତ କରିଛି। ଅଭିଯୁକ୍ତମାନେ ଦିନ ବେଳେ ଅଟୋ ଚଳାଇ ରାତିରେ ଲୁଟପାତ କରୁଥିବା ପୋଲିସ୍‌ କହିଛି। ଖଣ୍ଡଗିରି ଥାନାରେ ପୋଲିସ୍‌ ସେମାନଙ୍କୁ ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରେ ନାବାଳକ ଥିବା ସୂଚନା ମିଳିଛି।