୪ ଜଣ ଅନ୍ତଃରାଜ୍ୟ ଡକାୟତ ଗିରଫ, ଚୋରି ବୋଲେରୋ ଜବତ  

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସ୍ ୪ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠଗଡ଼ର ଅଜିତ ପଲେଇ, ଚାନ୍ଦବାଲିର ବାଦଲ ରାଉତ, ମଇତାପୁରର ଲକ୍ଷ୍ମୀଧର ରାଉତ ଓ ଲମ୍ବୁଧର ମଲ୍ଲିକ।  ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଚୋରି ହୋଇଥିବା ବୋଲେରୋ, ଦୁଇଟି ବାଇକ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସୋର ଅଞ୍ଚଳରୁ ଗତ ୧୩ ତାରିଖରେ ସରସ୍ୱତୀ ପାତ୍ରଙ୍କର ଗୋଟିଏ ବୋଲେରୋ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। […]

arrest

arrest

Rakesh Mallick
  • Published: Friday, 19 August 2016
  • Updated: 19 August 2016, 10:36 PM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସ୍ ୪ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠଗଡ଼ର ଅଜିତ ପଲେଇ, ଚାନ୍ଦବାଲିର ବାଦଲ ରାଉତ, ମଇତାପୁରର ଲକ୍ଷ୍ମୀଧର ରାଉତ ଓ ଲମ୍ବୁଧର ମଲ୍ଲିକ।  ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଚୋରି ହୋଇଥିବା ବୋଲେରୋ, ଦୁଇଟି ବାଇକ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ସୋର ଅଞ୍ଚଳରୁ ଗତ ୧୩ ତାରିଖରେ ସରସ୍ୱତୀ ପାତ୍ରଙ୍କର ଗୋଟିଏ ବୋଲେରୋ ଚୋରି ହୋଇଥିବାର ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତିକରି ସୋର ପୋଲିସ୍ ତନାଘନା କରିଥିଲା। ପରେ ଆଇଆଇସି ପର୍ଶୁରାମ ସାହୁଙ୍କ ନେତୃତ୍ୱରେ ସୁନ୍ଦରଗଡ଼ର ବୀରମିତ୍ରପୁର ଥାନା ଅଧୀନ କୁଆରମୁଣ୍ଡାରୁ ଏହି ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos