ନିଖୋଜ ହେବାର ୫ ଦିନ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ସର୍ଗିଗୁଡ଼ା ପଞ୍ଚାୟତ ଏକଡ଼ାଗୁଡ଼ା ଗାଁର ମନବୋଧ ନାଏକଙ୍କ ଝିଅ ଦୂର ଗତ ୫ ଦିନ ହେବ ନିଖୋଜ ଥିଲେ। ଆଜି ସକାଳେ ବେକରେ ରଶି ଲଗାଯାଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଜୟପାଟଣା ପୋଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।