ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣା; ୮ ଗିରଫ

ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ସୂଚନା ମିଳିଛି।

representation image

  • Published: Monday, 25 December 2023
  • , Updated: 25 December 2023, 12:58 PM IST

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ରେଡ କରୁଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଥାନାରେ ବିଭିନ୍ନ ମାମଲା ରହିଛି।

ଗତକାଲି ଭୁବନେଶ୍ୱର ଏୟାରପୋର୍ଟ ଛକରେ ଶିବା ତାଙ୍କର ଆଉ ଜଣେ ବନ୍ଧୁ ରାସ୍ତାରେ ଯାଉଥିବା ବେଳେ ହଠାତ ୨୦ରୁ ୩୦ ଜଣ ଯୁବକ ହାତରେ ମାରାଣାସ୍ତ୍ର ଧରି ସେମାନଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ଉଭୟ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ପକାଇଥିଲେ। ବିଚ୍‌ ରାସ୍ତାରେ ସବୁ କିଛି ଘଟିଥିଲେ ହେଁ ସମସ୍ତେ କେବଳ ଦେଖାଣିହାରୀ ସାଜିଥିଲେ। ବେଶ କିଛି ସମୟର ଆତଙ୍କ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଶିବାମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆହତ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିବାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ  ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ହେଲେ ଶିବାଙ୍କ ବନ୍ଧୁଙ୍କର  ବିଶେଷ କିଛି କ୍ଷତି ହୋଇ ନାହିଁ। 

ଏକ ଦୋକାନ ଜାଗାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସାରୁ ଏପରି ହୋଇଥିବା ପୁଲିସ କହିଛି। ଗିରଫ ଅଭିଯୁକ୍ତମାନେ କେବିଏନ ଗ୍ରୁପ୍ କରି ଏପରି ଆତଙ୍କ ରଚୁଥିବା ସୂଚନା ମିଳିଛି । 

Related story