ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ସୁଧାଂଶୁ ମିଶ୍ର କୋର୍ଟ ଚାଲାଣ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଗିରଫ ହୋଇଥିବା ଆଠଗଡ ଡିଏଫଓ ସୁଧାଂଶୁ ମିଶ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ଭିଜିଲାନ୍ସ ତାଙ୍କ ଘରୁ ୬ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ବୁଧବାର ଆଠଗଡ଼ ବ୍ୟତୀତ କଟକ, ଭୁବନେଶ୍ୱର, ଭବାନୀପାଟଣା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। କଟକ ସ୍ଥିତ ତାଙ୍କ ବାସଭବନରୁ ୬୩ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ମୋଟ […]

attgrah- raid-and-dfo-sudhanshu-mishra

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 11:33 AM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଗିରଫ ହୋଇଥିବା ଆଠଗଡ ଡିଏଫଓ ସୁଧାଂଶୁ ମିଶ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ଭିଜିଲାନ୍ସ ତାଙ୍କ ଘରୁ ୬ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା।

ବୁଧବାର ଆଠଗଡ଼ ବ୍ୟତୀତ କଟକ, ଭୁବନେଶ୍ୱର, ଭବାନୀପାଟଣା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। କଟକ ସ୍ଥିତ ତାଙ୍କ ବାସଭବନରୁ ୬୩ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ମୋଟ ୧ କୋଟି ୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା। ଏହାସହ ୨ କୋଟି ୬୧ ଲକ୍ଷ ଟଙ୍କାର ବଣ୍ଡ, ୫୦୦ ଗ୍ରାମ ସୁନା ଜବତ ହୋଇଥିଲା। ଭୁବନେଶ୍ୱରରେ ତାଙ୍କର ଏକ ଦୁଇ ମହଲା କୋଠା ସହିତ ଏକ ଫ୍ଲାଟ୍, ଭବାନୀପାଟଣାରେ ଏକ ଦୁଇ ମହଲା ଘର, କଟକ ସମେତ ବିଭିନ୍ନ ସହରରେ ତାଙ୍କର ଘର ଠାବ କରାଯାଇଛି।

ସୁଧାଂଶୁଙ୍କର ଡି’ବ୍ରଦର୍ସ ଭ୍ରାତାଙ୍କ ସହିତ ସଂପର୍କ ଥିବା ନେଇ କିଛି ତଥ୍ୟ ମିଳିଥିବା ଗତକାଲି ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି ଶର୍ମା କହିଥିଲେ। ଏ ନେଇ ଆଜି ଖୋଳତାଡ଼ ଜାରି ରହିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Related story