ଅନୁଗୋଳ: କୁଶକିଳା ଡବଲ୍ ମର୍ଡର ଅଭିଯୁକ୍ତକୁ ତିନି ଦିନ ରିମାଣ୍ଡରେ ନେଲା ପୋଲିସ୍

ଅନୁଗୋଳ: ଅନୁଗୋଳ ଜରପଡ଼ା କୁଶକିଳା ଗାଁରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ଏବଂ କୁକୁରପେଟା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତକୁ ସୋମବାର ପୋଲିସ୍ ତିନି ଦିନିଆ ରିମାଣ୍ଡରେ ନେଇଛି। କୁଶକିଳା ଡବଲ ମର୍ଡରରେ ଦୁଇଭାଇଙ୍କୁ କିଭଳି ହତ୍ୟା କରାଯାଇଥିଲା ତାର ଅଧିକ ଖୋଳତାଡ଼ କରିବ ପୋଲିସ୍। ଏହାସହ ଅଭିଯୁକ୍ତକୁ ଘଟଣାସ୍ଥଳକୁ ମଧ୍ୟ ନେବ । ସେହିପରି ୨୦୧୫ରେ କୁକୁରପେଟା ଗାଁର ମାଉସୀ ଓ ପୁତୁରା ହତ୍ୟାକାଣ୍ଡରେ ମଧ୍ୟ ପୋଲିସ୍ ଖୋଳତାଡ଼ […]

anugul-murder

anugul-murder

Rakesh Mallick
  • Published: Monday, 15 February 2016
  • Updated: 15 February 2016, 07:28 AM IST

Sports

Latest News

ଅନୁଗୋଳ: ଅନୁଗୋଳ ଜରପଡ଼ା କୁଶକିଳା ଗାଁରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ଏବଂ କୁକୁରପେଟା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତକୁ ସୋମବାର ପୋଲିସ୍ ତିନି ଦିନିଆ ରିମାଣ୍ଡରେ ନେଇଛି। କୁଶକିଳା ଡବଲ ମର୍ଡରରେ ଦୁଇଭାଇଙ୍କୁ କିଭଳି ହତ୍ୟା କରାଯାଇଥିଲା ତାର ଅଧିକ ଖୋଳତାଡ଼ କରିବ ପୋଲିସ୍। ଏହାସହ ଅଭିଯୁକ୍ତକୁ ଘଟଣାସ୍ଥଳକୁ ମଧ୍ୟ ନେବ । ସେହିପରି ୨୦୧୫ରେ କୁକୁରପେଟା ଗାଁର ମାଉସୀ ଓ ପୁତୁରା ହତ୍ୟାକାଣ୍ଡରେ ମଧ୍ୟ ପୋଲିସ୍ ଖୋଳତାଡ଼ କରିବ।

ଗତ ୪ ତାରିଖରେ ଅନୁଗୋଳ କୁଶକିଳା  ଗାଁରେ ଡବଲ ମର୍ଡର ହୋଇଥିଲା। ଗତ ଗୁରୁବାର ଗାଁର ସ୍କୁଲ ପଛପଟୁ ୧୫ରୁ ୧୬ ଫୁଟ୍ ମାଟିତଳୁ ନିଖୋଜ ଥିବା ଦୁଇ ଭାଇ ଯୋଗେଶ୍ୱର ସାହୁ ଓ ହିରଣାକ୍ଷ୍ୟ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୋଗେଶ୍ୱର ଓ ହିରଣାକ୍ଷ୍ୟଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଗାଁର ଝସକେତନ ସାହୁ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଝସକେତନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିଲା।  ପୋଲିସ ଅଭିଯୁକ୍ତ ଝସକେତନକୁ ପଚରାଉଚରା କରିବା ବେଳେ ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ଗାଁର ମାଉସୀ ପୁତୁରା ହତ୍ୟା ଘଟଣାରେ ମଧ୍ୟ ତାର ହିଁ ସଂପୃକ୍ତି ଥିବା ସ୍ୱିକାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos