ଜମି ହଡ଼ପ ଅଭିଯୋଗରେ ରମେଶଙ୍କ ନାମରେ ଆଉ ଏକ ମାମଲା

ବ୍ରହ୍ମପୁର: ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ଶନିବାର ପୁଣି ଏକ ଜମି ହଡ଼ପ ମାମଲା ରୁଜୁ ହୋଇଛି। ଜଣେ ଅଭିଯୋଗକାରୀଙ୍କ ଏତଲା କ୍ରମେ ବଡ଼ବଜାର ଥାନା ପୋଲିସ୍ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ ଜେନା ଓ କଂଗ୍ରେସ କର୍ପୋରେଟର ଆର୍.ମୂରଲୀ ମୋହନଙ୍କ ନାଁରେ ଏହି ମାମଲା ରୁଜୁ କରିଛି। ଏହା ପୂର୍ବରୁ ବୁଧବାର ମଧ୍ୟ ରମେଶଙ୍କ ନାଁରେ ଏକ ଜମି ହଡ଼ପ ମାମଲା ରୁଜୁ ହୋଇଥିଲା। ବ୍ରହ୍ମପୁର ଟାଉନ୍‌ ଥାନାରେ ତାଙ୍କ ନାଁରେ […]

ramesh

ramesh

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 11:36 AM IST

Sports

Latest News

ବ୍ରହ୍ମପୁର: ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ଶନିବାର ପୁଣି ଏକ ଜମି ହଡ଼ପ ମାମଲା ରୁଜୁ ହୋଇଛି। ଜଣେ ଅଭିଯୋଗକାରୀଙ୍କ ଏତଲା କ୍ରମେ ବଡ଼ବଜାର ଥାନା ପୋଲିସ୍ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ ଜେନା ଓ କଂଗ୍ରେସ କର୍ପୋରେଟର ଆର୍.ମୂରଲୀ ମୋହନଙ୍କ ନାଁରେ ଏହି ମାମଲା ରୁଜୁ କରିଛି।

ଏହା ପୂର୍ବରୁ ବୁଧବାର ମଧ୍ୟ ରମେଶଙ୍କ ନାଁରେ ଏକ ଜମି ହଡ଼ପ ମାମଲା ରୁଜୁ ହୋଇଥିଲା। ବ୍ରହ୍ମପୁର ଟାଉନ୍‌ ଥାନାରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା। ତାଙ୍କ ସହିତ ତାଙ୍କ ବାପା ଅରକ୍ଷିତ ଜେନା, ବ୍ରହ୍ମପୁର କର୍ପୋରେଟର୍ ଆର୍.ମୂରଲୀ ମୋହନ, ବିଲ୍‌ଡର ବୁନା ସାହୁ ଓ ବାବୁଲା ସାହାଣିଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା। ଏହା ପରେ ପୋଲିସ୍ ମୂରଲୀ ଓ ବୁନା ସାହୁଙ୍କୁ ଗିରଫ କରିଥିଲା। ତେବେ ବାବୁଲା ସାହାଣି ଫେରାର ଅଛି।

ପ୍ରତିଦିନ ରମେଶଙ୍କ ନାଁରେ କିଛି ନା କିଛି ନୂଆ ମାମଲା ରୁଜୁ ହେଉଛି। ଗତକାଲି ତାଙ୍କ ନାଁରେ ବେଆଇନ ଗୁଟ୍‌ଖା କାରବାର ନେଇ ବ୍ରହ୍ମପୁର ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ଏଥିରେ ରମେଶଙ୍କ ସହିତ ତାଙ୍କ ବାପା ଅରକ୍ଷିତ, ଗୁଟ୍ଖା ବ୍ୟବସାୟୀ ଭେଙ୍କଟ ପାତ୍ର ଓ ପ୍ରଶାନ୍ତ ମହାନ୍ତିଙ୍କ ସମେତ ୬ ଜଣଙ୍କ ନାମ ରହିଛି। ସେହିପରି ଗତ ଗୁରୁବାର ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ଦାଦାବଟି ଆଦାୟ କରୁଥିବା ନେଇ ରମେଶଙ୍କ ନାଁରେ ବ୍ରହ୍ମପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିଲା। ଛତ୍ରପୁରର ଜଣେ ମଦ ବେପାରୀଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସ୍ ରମେଶଙ୍କ ସମେତ ତାଙ୍କ ବାପା ଅରକ୍ଷିତ ଜେନା, ଭଣଜା ପ୍ରଦୀପ ସ୍ୱାଇଁ ଓ କର୍ପୋରେଟର ମୂରଲୀ ମୋହନଙ୍କ ନାଁରେ ଏହି ମାମଲା ରୁଜୁ କରିଛି। ଏହା ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ରମେଶଙ୍କ ନାଁରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଦୁଇଟି ସଙ୍ଗୀନ ମାମଲା ରୁଜୁ ହୋଇଥିଲା। ବିଏନ୍‌ପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ବାବାଜୀତୋଟା ସାହିର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ରମେଶ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପରିବାର ଲୋକଙ୍କ ଅଭିଯୋଗ ଓ ରମେଶଙ୍କୁ ଜେରା ବେଳେ ମିଳିଥିବା ସୁରାକ୍ ଆଧାରରେ ଏହି ଦୁଇଟି ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ରମେଶ ଜେନାଙ୍କ ସହିତ ସଂପର୍କ ଅଭିଯୋଗରେ ଗିରଫ ଡକାୟତ ଗ୍ୟାଙ୍ଗର ସଦସ୍ୟ ସନ୍ତୋଷ ବେହେରାଙ୍କୁ ଆଜି ବ୍ରହ୍ମପୁର ପୋଲିସ୍ ୨ ଦିନିଆ ରିମାଣ୍ଡରେ ନେଇଛି। ସନ୍ତୋଷଙ୍କୁ ପଚରାଉଚରା ବେଳେ ଆହୁରି କିଛି ତଥ୍ୟ ବାହାରିପାରିବ ବୋଲି ପୋଲିସ୍ ଆଶା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos