ଅନୁଗୋଳ: ଚିଟଫଣ୍ଡ କମ୍ପାନୀ ଲକ୍ଷ୍ମୀ କୋ ଅପରେଟିଭ ଲିମିଟେଡର ଦୁଇ ଅଧିକାରୀ ଗିରଫ

ଅନୁଗୋଳ: ଠକେଇ ଅଭିଯୋଗରେ ଚିଟଫଣ୍ଡ କମ୍ପାନୀ ଲକ୍ଷ୍ମୀ କୋ ଅପରେଟିଭ୍ ଲିମିଟେଡ ସଂସ୍ଥାର ଦୁଇ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ସଂସ୍ଥା ଜମାକାରୀଙ୍କୁ ଲୋଭ ଦେଖାଇ ପ୍ରାୟ କୋଟିଏରୁ ଅଧିକ ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କମ୍ପାନୀର ସେକ୍ରେଟାରୀ ଲୋକନାଥ ବେହେରା ଏବଂ ଅନୁଗୋଳ ଜିଲ୍ଲା ଶାଖା ଇନଚାର୍ଜ ବସନ୍ତ କୁମାର ସାହୁ। ଅନୁଗୋଳର ପଞ୍ଚାୟତ ଇଣ୍ଡଷ୍ଟ୍ରିଜ୍ ରୋଡ ଅମଲାପଡ଼ାରେ ଏକ ବ୍ରାଞ୍ଚ ଖୋଲି ଏହି ସଂସ୍ଥା ବିଭିନ୍ନ ସ୍କିମରେ ଲୋକଙ୍କଠାରୁ […]

chitfund

chitfund

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 10:01 AM IST

Sports

Latest News

ଅନୁଗୋଳ: ଠକେଇ ଅଭିଯୋଗରେ ଚିଟଫଣ୍ଡ କମ୍ପାନୀ ଲକ୍ଷ୍ମୀ କୋ ଅପରେଟିଭ୍ ଲିମିଟେଡ ସଂସ୍ଥାର ଦୁଇ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ସଂସ୍ଥା ଜମାକାରୀଙ୍କୁ ଲୋଭ ଦେଖାଇ ପ୍ରାୟ କୋଟିଏରୁ ଅଧିକ ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କମ୍ପାନୀର ସେକ୍ରେଟାରୀ ଲୋକନାଥ ବେହେରା ଏବଂ ଅନୁଗୋଳ ଜିଲ୍ଲା ଶାଖା ଇନଚାର୍ଜ ବସନ୍ତ କୁମାର ସାହୁ।

ଅନୁଗୋଳର ପଞ୍ଚାୟତ ଇଣ୍ଡଷ୍ଟ୍ରିଜ୍ ରୋଡ ଅମଲାପଡ଼ାରେ ଏକ ବ୍ରାଞ୍ଚ ଖୋଲି ଏହି ସଂସ୍ଥା ବିଭିନ୍ନ ସ୍କିମରେ ଲୋକଙ୍କଠାରୁ ଟଙ୍କ। ଆଦାୟ କରୁଥିଲା। ତେବେ ନିକଟରେ ଜଣେ ଜମାକାରୀଙ୍କୁ ମିଆଦ ପୂରଣ ହେବା ପରେ ବି କମ୍ପାନୀ ମ୍ୟାଚୁରିଟି ଅର୍ଥ ନ ଦେବାରୁ ସେ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ବହୁ ସଂଖ୍ୟାରେ ଜମାକାରୀ ଥାନାକୁ ଆସି କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ। ଅନୁଗୋଳ ପୋଲିସ କମ୍ପାନୀର ୨ କର୍ମଚାରୀଙ୍କୁ ଗିରଫ କରିବା ସହ ଅଫିସ୍ ଉପରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ଓ ପ୍ରାୟ ୪୨ ହଜାର ଟଙ୍କ। ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos