ଅନୁଗୋଳ: ସିକ୍ୟୋର ଲାଇଫ ଚିଟଫଣ୍ଡ ସଂସ୍ଥା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଅନୁଗୋଳ: ଜିଲ୍ଲାରେ ଏକ ଚିଟଫଣ୍ଡ ସଂସ୍ଥା ଦ୍ୱାରା ବହୁ ଜମାକାରୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ସିକ୍ୟୋର ଲାଇଫ ନାମକ ଏକ ସଂସ୍ଥା ଅନୁଗୋଳ ସହରର ପ୍ରାୟ ୩୦ଜଣଙ୍କ ଠାରୁ ୨୦ଲକ୍ଷରୁ ଅଧିକ ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ କ୍ଷତିଗ୍ରସ୍ତ ଜମାକାରୀ ମାନେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ସଂସ୍ଥା କିଛି ବର୍ଷ ପୂର୍ବରୁ ଅନୁଗୋଳ ସହରର ଶୁଭ୍ରା ଟାୱାରରେ ଅଫିସ ଖୋଲିଥିଲା। ଏହି ସଂସ୍ଥାର ଜଣେ ସ୍ଥାନୀୟ ଏଜେଣ୍ଟ […]

chitfond

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 03:05 PM IST

ଅନୁଗୋଳ: ଜିଲ୍ଲାରେ ଏକ ଚିଟଫଣ୍ଡ ସଂସ୍ଥା ଦ୍ୱାରା ବହୁ ଜମାକାରୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ସିକ୍ୟୋର ଲାଇଫ ନାମକ ଏକ ସଂସ୍ଥା ଅନୁଗୋଳ ସହରର ପ୍ରାୟ ୩୦ଜଣଙ୍କ ଠାରୁ ୨୦ଲକ୍ଷରୁ ଅଧିକ ଟଙ୍କ। ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ କ୍ଷତିଗ୍ରସ୍ତ ଜମାକାରୀ ମାନେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ସଂସ୍ଥା କିଛି ବର୍ଷ ପୂର୍ବରୁ ଅନୁଗୋଳ ସହରର ଶୁଭ୍ରା ଟାୱାରରେ ଅଫିସ ଖୋଲିଥିଲା। ଏହି ସଂସ୍ଥାର ଜଣେ ସ୍ଥାନୀୟ ଏଜେଣ୍ଟ ୩ବର୍ଷରେ ଜମା ଟଙ୍କାକୁ ୩ବର୍ଷରେ ୨ଗୁଣ ହୋଇଯିବ ବୋଲି ପ୍ରଲୋଭନ ଦେଖାଇଥିଲା। ତେବେ ଲୋକମାନେ କିଛି କିସ୍ତି ଟଙ୍କ। ଜମା କରିବା ପରେ ଏହି ସଂସ୍ଥା ଓ ଏଜେଣ୍ଟ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅନୁଗୋଳ ଥାନା ଆଇଆଇସି ସୁବାସ ଚନ୍ଦ୍ର ସାହୁ କହିଛନ୍ତି ଯେ, ପ୍ରଥମେ ଏଜେଣ୍ଟକୁ ଠାବ କରାଯିବ। ଏହାପରେ ତଦନ୍ତ ଆଗେଇ ପାରିବ।

Related story