ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ: ପ୍ରୀତି ଭାଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ ଗିରଫ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଛନ୍ତି ଇନ୍ଦୁ ଦିୱାନ। ଅର୍ଥତତ୍ତ୍ୱ ଠକେଇରେ ସଂପୃକ୍ତି  ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟିଆଙ୍କ ସମ୍ପର୍କୀୟ ଇନ୍ଦୁ ଦିୱାନଙ୍କୁ ସିବିଆଇ ଆଜି ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ତାଙ୍କୁ ୫ ଦିନ ରିମାଣ୍ଡରେ ନେଇଛି। ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ […]

indudiawan

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 02:56 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଛନ୍ତି ଇନ୍ଦୁ ଦିୱାନ। ଅର୍ଥତତ୍ତ୍ୱ ଠକେଇରେ ସଂପୃକ୍ତି  ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇର ମଡେଲ୍ ପ୍ରୀତି ଭାଟିଆଙ୍କ ସମ୍ପର୍କୀୟ ଇନ୍ଦୁ ଦିୱାନଙ୍କୁ ସିବିଆଇ ଆଜି ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ତାଙ୍କୁ ୫ ଦିନ ରିମାଣ୍ଡରେ ନେଇଛି।

ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ଇନ୍ଦୁ ଦିୱାନ ପ୍ରୀତି ଭାଟିଆଙ୍କ ମାଧ୍ୟମରେ ପ୍ରଚୁର ଟଙ୍କା ନେଇଥିବା ଅଭିଯୋଗ ରହିଥିଲା। ସିବିଆଇ ଏହି ମାମଲାରେ ଇନ୍ଦୁ ଦିୱାନଙ୍କ ଭୂମିକାକୁ ନେଇ ତଦନ୍ତ କରୁଥିଲା। ଗିରଫଦାରୀ ଏଡ଼ାଇବା ପାଇଁ ଇନ୍ଦୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇ ନଥିଲେ। ସିବିଆଇ ତାଙ୍କୁ ପୂର୍ବରୁ ୫ ଥର ଡାକି ପଚରାଉଚରା ମଧ୍ୟ କରିଥିଲା। ଆଜି ସିବିଆଇ ତାଙ୍କୁ ଷଷ୍ଠ ଥର ପାଇଁ ଜେରା କରିବାକୁ ଡାକିବା ସହିତ ଗିରଫ କରିଛି। ଇନ୍ଦୁଙ୍କ ଗିରଫଦାରୀ ପରେ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଗିରଫଦାରୀ ସଂଖ୍ୟା ୧୯ରେ ପହଞ୍ଚିଛି।

Related story