ଆସ୍କା: ଗାଁରେ ଦାଣ୍ଡରେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ

ଆସ୍କା: କବିସୂର୍ଯ୍ୟନଗର ଥାନାର ଗୁଣ୍ଠପଡା ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନରହରି ପ୍ରଧାନଙ୍କ ପତ୍ନୀ ପ୍ରେମଲତା ପ୍ରଧାନ, ତାଙ୍କ ପୁଅ ମିଥୁନ ଓ ସାଗର।

ଗତମାସରେ ନରହରିଙ୍କ ଘରୁ ଗହଣା ଚୋରି ହୋଇଥିବା ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୀଡିତା ଏହି ଚୋରି କରିଥିବା ଅଭିଯୋଗରେ ଦର୍ଶାଯାଇଥିଲା। ପୋଲିସ କୌଣସି ପଦକ୍ଷେପ ନ ନେବାରୁ ନରହରିଙ୍କ ପରିବାର ଲୋକେ ସକାଳୁ ଉକ୍ତ ମହିଳାଙ୍କୁ ଘରୁ ଟାଣି ଆଣି ମାଡ ମରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଡ ମାରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।